43 C
Bhubaneswar
Tuesday, April 16, 2024
Homeପଶ୍ଚିମବଙ୍ଗ ନିର୍ବାଚନନନ୍ଦୀଗ୍ରାମରେ ତୃଣମୁଳ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିବ ; ଶିଶିର ଅଧିକାରୀ

ନନ୍ଦୀଗ୍ରାମରେ ତୃଣମୁଳ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିବ ; ଶିଶିର ଅଧିକାରୀ

ପଶ୍ଚିମବଙ୍ଗ : ବିଜେପି ନେତା ଶୂଭେନ୍ଦୁ ଅଧିକାରୀଙ୍କ ପିତା ଶିଶିର ଅଧିକାରୀ ଯିଏକି ତୃଣମୁଳ କଗ୍ରେଂସର ସାସଂଦ ଅଛନ୍ତି । ଶିଶିର ଅଧିକାରୀ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଏଥର ନନ୍ଦୀଗ୍ରାମରେ ତୃଣମୁଳ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିବ । କାରଣ ଟିଏମସି ସାମନାରେ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଲଢିବେ ।

ଶୁଭେନ୍ଦୁ ଅଧିକାରୀ ଙ୍କର ବିଜେପିରେ ହାତ ମିଶାଇବା ପରେ ପୁର୍ବ ମେଦୀନିପୁର ଜିଲ୍ଲା କାଠିର ସାଂସଦ ତଥା ତୃଣମୁଳ କଂଗ୍ରେସର ସଂସ୍ଥାପକ ମାନଙ୍କ ମଧ୍ୟରୁ ଜଣେ ଥିବା ଶିଶିର ଅଧିକାରୀ ପ୍ରଥମ ଥର ପାଇଁ ନିଜ ବୟାନ ଦେଇଛନ୍ତି ।

୧୯୬୨ ମସିହାରେ କଂଗ୍ରେସର ପ୍ରବୀଣ ଚନ୍ଦ୍ର ଜନତା ଜିତିଥିଲେ। ସିପିଆଇର ଭୁପାଲ ଚନ୍ଦ୍ର ପଣ୍ଡା ୧୯୫୭ ରେ ଜିତିଥିଲେ। ୧୯୫୧ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନରେ କଂଗ୍ରେସର ପ୍ରବୀଣ ଚନ୍ଦ୍ର ଜନ ନନ୍ଦୀଗ୍ରାମ ଦକ୍ଷିଣ ଆସନରେ ଜିତିଥିଲେ।

ସୂଚନାଯୋଗ୍ୟଯେ , ଶୁଭେନ୍ଦୁ ଅଧିକାରୀ ତୃଣମୁଳ କଂଗ୍ରେସ ଛାଡି ସାରିଛନ୍ତି । ଏହା ମମତା ବାନାର୍ଜୀଙ୍କ ପାଇଁ ଏକ ବଡ କ୍ଷତି କହିଲେ ଭୁଲ ହେବନାହିଁ । କୁହାଯାଏ ମମତା ବାନାର୍ଜୀିଙ୍କ ଖାସ ତଥା ପାଖ ନେତା ମାନଙ୍କ ମଧ୍ୟରୁ ଶୁଭେନ୍ଦୁ ଅନ୍ୟତମ ଥିଲେ । ତାଙ୍କୁ ମମତା ବାନାର୍ଜୀଙ୍କ ଡାହାଣ ହାତ କୁହାଯାଉଥିଲା । ପଶ୍ଚିମବଙ୍ଗ ନିର୍ବାଚନରେ ଏକ ବଡ ନେତା ଯିଏକି ତୃଣମୁଳ କଂଗ୍ରେସ ଛାଡି ଏବେ ବିଜେପିରେ ମିଶିସାରିଛନ୍ତି ।

ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ୧୧୦ ଟି ବିଧାନ ସଭା ସିଟରେ ନିଜର ରାଜନିତୀ ପୃଷ୍ଠଭୂମି ତିଆରି କରିଛନ୍ତି । ହୁଗୁଳୀ , ମାଲଦା, ମୋରସିଦାବାଦ, ହାଓଡା ଭଳି ସ୍ଥାନ ଗୁଡିକରେ ଶୂଭେନ୍ଦୁ ନିଜ ଦଳ ପାଇଁ ମାଟି ସହ ଯୋଡି ହୋଇ ଏହି ଅଞ୍ଚଳରେ କାମ କରିଛନ୍ତି ଓ ଏହାର ରାଜନୈତିକ ଲାଭ ବର୍ତ୍ତମାନ ଯାଏଁ ମମତା ବାନାର୍ଜୀ ଓ ତାଙ୍କ ଦଳକୁ ମିଳୁଥିଲା ଯାହା ଏବେ ବିଜେପିକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking