27.1 C
Bhubaneswar
Thursday, October 10, 2024
Homeବ୍ରେକୀଙ୍ଗୟୁପିଏସସି ୨୦୨୧ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

ୟୁପିଏସସି ୨୦୨୧ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ଚଳିତ ବର୍ଷ (୨୦୨୧) ୟୁପିଏସସି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ୍ ୭୧୨ଟି ପୋଷ୍ଟ ଆଇଏଏସ ଓ ଆଇପିଏସ ପଦବୀ ସହିତ ୧୧୦ଟି ଭାରତୀୟ ବନ ବିଭାଗ ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ପରୀକ୍ଷା ପାଇଁ ଆବଶ୍ୟକ ଯୋଗ୍ୟତା ଗ୍ରାଜୁଏସନ ରହିଛି । ପ୍ରାର୍ଥୀଙ୍କ ବୟସ ୨୧ରୁ ୩୨ ବର୍ଷ ମଧ୍ୟରେ ରହିବା ଦରକାର। ଭାରତୀୟ ନାଗରିକ ହିଁ ଆଇଏସଏସ ଏବଂ ଆଇପିଏସ ପରୀକ୍ଷା ପାଇଁ ଆବେଦନ କରିପାରିବେ । ମାର୍ଚ୍ଚ ୪ରୁ ଅନ୍ ଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ଓ୍ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ମାର୍ଚ୍ଚ ୨୪ ରହିଛି ଆବେଦନର ଶେଷ ତାରିଖ । ପ୍ରାର୍ଥୀ ଚୟନ ପୂର୍ବ ପରି ସମାନ ରହିଛି। ପ୍ରାର୍ଥୀ ଚୟନ ପାଇଁ ତିନୋଟି ପର୍ଯ୍ୟାୟ ପରୀକ୍ଷା କରାଯିବ। ପ୍ରଥମଟି ହେବ ପ୍ରିଲିମ୍ ପରୀକ୍ଷା, ଯେଉଁଥିରେ ପାସ୍ କରିଥିବା ପ୍ରାର୍ଥୀମାନେ ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ବା ମେନ୍ ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ଏଥି ସହିତ ମୁଖ୍ୟ ପରୀକ୍ଷାରେ ସଫଳ ହେବାକୁ ଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ।ଏସସି, ଏସଟି, ଶାରୀରିକ ଅକ୍ଷମ ଏବଂ ମହିଳା ପ୍ରାର୍ଥୀ ବିନା ଦେୟରେ ଆବେଦନ କରିପାରିବେ । ଅନ୍ୟମାନଙ୍କ ପାଇଁ ୧୦୦ ଟଙ୍କା ରହିଛି ଦେୟ। ଆବେଦନ ବେଳେ କୌଣସି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଚାଲାଣ, ନେଟ ବ୍ୟାଙ୍କିଂ, ଡେବିଟ କାର୍ଡ/ମାଷ୍ଟର କାର୍ଡ ଜରିଆରେ ଦେୟ ଦେବାର ବ୍ୟବସ୍ଥା ରହିଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking