32.1 C
Bhubaneswar
Saturday, October 19, 2024
Homeଓଡିଶାପୋଖରୀରେ ବୁଡି ବୃଦ୍ଧା ମୃତ

ପୋଖରୀରେ ବୁଡି ବୃଦ୍ଧା ମୃତ

ଢ଼େଙ୍କାନାଳ: ପରଜଙ୍ଗ ବ୍ଲକ କୁଆଳୋ ପଞ୍ଚାୟତ ନୂଆ କୁଆଳୋ ଗ୍ରାମର ହନୁମାନ ମନ୍ଦିର ପଛପାଖ ପୋଖରୀରେ ବୁଡି ଶନିବାର ଦିନ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନୂଆ କୁଆଳୋ ଗ୍ରାମର ଡାକ୍ତର ସାହୁ (୬୮) । ଡାକ୍ତର ଗାଧୋଇବା ପାଇଁ ମନ୍ଦିର ପଛପାଖ ପୋଖରୀକୁ ଯାଇଥିବା ବେଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ପୋଖରୀରେ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରିବାର ଓ ପଡୋଶୀ ଲୋକଙ୍କ ସହାୟତାରେ ଶବକୁ ଉପରକୁ ଆଣିଥିଲେ । ଖବରପାଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁର କାରଣ ଉପରେ ତଦନ୍ତ ଚଳାଇଛନ୍ତି । ଏନେଇ ପରଜଙ୍ଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଶବକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking