35.1 C
Bhubaneswar
Sunday, May 19, 2024
Homeଅପରାଧନାବାଳିକା ଅପହରଣ ମାମଲା, ପୁରୁଷ ବନ୍ଧୁ ଗିରଫ

ନାବାଳିକା ଅପହରଣ ମାମଲା, ପୁରୁଷ ବନ୍ଧୁ ଗିରଫ

ବ୍ରହ୍ମପୁର: ଜନୈକା ନାବାଳିକାଙ୍କୁ ଅପହରଣ ମାମଲାରେ ଆଜି ନିମଖଣ୍ଡି ଥାନା ପୁଲିସ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣଙ୍କ ନିମଖଣ୍ଡି ଥାନା ଅଞ୍ଚଳର ଚିଣ୍ଟୁ ବେହେରା(୨୪) ବୋଲି ପୁଲସ କରିଛି । ସୂଚନାଯୋଗ୍ୟ ଯେ ଗତ ମାସ ୩୦ ତାରିଖରେ ୧୬ ବର୍ଷିୟ ନାବାଳିକା ଝିଅଙ୍କୁ ତାଙ୍କ ଜ୍ୱାଇଁ ଅପହରଣ କରି ନେଇଥିବା ବେଳେ ବ୍ରହ୍ମପୁର ଷ୍ଟାଡ଼ିଅମ୍ ନିକଟରେ ଫୋଫାଡ଼ି ଦେଇଥିବା ନେଇ ନାବାଳିକାଙ୍କ ମା’ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ ।

ଏହି ଘଟରାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ମୁତାବକ ପୁଲିସ ନାବାଳିକାର ଜ୍ୱାଇଁଙ୍କୁ ଥାନାକୁ ଡ଼ାକି ପଚରାଉଚରା କରିଥିଲା । ଉକ୍ତ ମାମଲାରେ ଜ୍ୱାଇଁ ସମ୍ପୃକ୍ତ ନଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା । ଏହାପରେ ଉକ୍ତ ନାବାଳିକା ଉପରେ ପୁଲିସର ସନ୍ଦେହ ବଢ଼ିବାରେ ଲାଗିଲା । ଯାହାକୁ ନେଇ ପୁଲିସ ନାବାଳାକାଙ୍କ କଲ୍ ରୋକର୍ଡ଼ ଯାଞ୍ଚ କରିଥିବା ବେଳେ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଥା ହୋଇଥିବା ଜାଣିବାକୁ ପାଇଥିଲା । ଏହା ପରେ ପୁଲିସ ତାଙ୍କ ପୁରୁଷ ବନ୍ଧୁଙ୍କୁ ଥାନାକୁ ଉଠେଇ ଆଣି ପଚରାଉଚରା ବେଳେ ସେ ଉକ୍ତ ନାବାଳିକାଙ୍କୁ ଅପହରଣ କରି ନେଇ ଏକ ହୋଟେଲରେ ରଖି ଥିବା ପୁଲିସର ଜେରା ବେଳେ ଅଭିଯୁକ୍ତ ଚିଣ୍ଟୁ ପୁଲିସକୁ କହିଥିଲା । ଆଜି ଉକ୍ତ ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking