30.1 C
Bhubaneswar
Saturday, May 4, 2024
Homeଓଡିଶାମଦ ବିକ୍ରିକୁ ବିରୋଧ ନେଇ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ

ମଦ ବିକ୍ରିକୁ ବିରୋଧ ନେଇ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ

ମାହାଙ୍ଗା : ମାହାଙ୍ଗା ଥାନା ଅନ୍ତର୍ଗତ କୁମୁଡ଼ା ଜୟପୁର ଫାଣ୍ଡି ଅଧୀନ ମଧୁପୁର ଗ୍ରାମରେ ଚୋରା ମଦ ବିକ୍ରିକୁ ବିରୋଧ ନେଇ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତକ ଗ୍ରାମର ଗୟାଧର ବେହେରା(୬୨) । ଏହି ଘଟଣାକୁ ନେଇ ମୃତ ଗୟାଧରଙ୍କ ପୁତ୍ର ଗୌର ସୁନ୍ଦର ବେହେରା ମାହାଙ୍ଗା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ୨ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଗୟାଧର ଘର ନିକଟସ୍ଥ ଗେଙ୍ଗୁଟୀ ନଦୀବନ୍ଧ ରାସ୍ତା ଦେଇ ଘରକୁ ଫେରୁଥିଲେ ।

ସେ ସମୟରେ ଯୋଜନା ମୁତାବକ ହଠାତ୍ ସେହି ଗ୍ରାମର ଚୋରା ମଦ ବେପାରୀ ତଥା ସନ୍ଧି ବେହେରାଙ୍କ ପୁତ୍ର ରାଜେନ୍ଦ୍ର ବେହେରା, ତାଙ୍କ ପତ୍ନୀ କେତକୀ ବେହେରା ଓ ଦୁଇ ପୁଅ ସୂର୍ଯ୍ୟ ନାରାୟଣ ବେହେରା ଓ ଜ୍ଞାନରଞ୍ଜନ ବେହେରା ସଂଗବଧ ଭାବେ ରଡ ଓ ପଥର ସାହାଯ୍ୟରେ ଗୟାଧରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏଥିରେ ଗୟାଧର ଗୁରୁତର ଅବସ୍ଥାରେ ଚିତ୍କାର କରିବାରୁ ତାଙ୍କ ପୁତ୍ର ସେଠାରେ ପହଞ୍ôଚ ତାଙ୍କୁ ଜଗନ୍ନାଥପୁର ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମାହାଙ୍ଗା ମେଡିକାଲକୁ ପଠାଇ ଦେଇଥିଲେ ।

ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ରାଜେନ୍ଦ୍ର ବେହେରା ଗାଁରେ ଚୋରା ମଦ ବିକ୍ରି କରୁଥିବାବେଳେ ଦୀର୍ଘ ଦିନ ଧରି ଗୟାଧର ଏହାକୁ ବିରୋଧ କରି ଆସୁଥିଲେ । ଯାହାକୁ ନେଇ ଆକ୍ରୋଶ ମୂଳକଭାବେ ତାଙ୍କୁ ଆକ୍ରମଣ କରିଥିଲେ । ଅଭିଯୋଗ ପରେ ମାହାଙ୍ଗା ଥାନାରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ରାଜେନ୍ଦ୍ର ଓ ତାଙ୍କ ପତ୍ନୀ କେତକୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚାଲୁ ରହିଥିବା ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking