25.8 C
Bhubaneswar
Saturday, July 27, 2024
Homeଓଡିଶାଘରୋଇ କାର୍ଯ୍ୟରେ ପିସିଆର୍‌‌ ନିୟୋଜିତ ହେଲେ ଅଫିସର ହେବେ ନିଲମ୍ବନ

ଘରୋଇ କାର୍ଯ୍ୟରେ ପିସିଆର୍‌‌ ନିୟୋଜିତ ହେଲେ ଅଫିସର ହେବେ ନିଲମ୍ବନ

କଟକ : କମିସନରେଟ୍‌‌ ପୁଲିସ ବ୍ୟବସ୍ଥାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ନଜର ଦିଆଯାଉଛି। ଥାନାୱାରୀ ଦିଆଯାଇଥିବା ପିସିଆର୍‌‌ ଭ୍ୟାନ୍‌‌ଗୁଡ଼ିକ ଯଦିଓ ଡ୍ୟୁଟିରେ ନିୟୋଜିତ ରହୁଛି ତେବେ ସେଥିରେ ଅବହେଳା ହେଉଥିବା ଅନେକ ସମୟରେ ଅଭିଯୋଗ ଉଠୁଛି। ଏହାକୁ ଦୃଷ୍ଟିରେ ରଖି ଡିସିପି ଡଃ କନ୍‌‌ୱର୍‌‌ ବିଶାଲ୍‌‌ ସିଂ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ୫ଟି ପଏଣ୍ଟ୍‌‌ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଘଟଣାସ୍ଥଳକୁ ପ୍ରଥମେ ପିସିଆର୍‌‌ ଭ୍ୟାନ୍‌‌ ଯାଉଥିବାରୁ, ସେଥିରେ କାର୍ଯ୍ୟରତ ପୁଲିସ କର୍ମଚାରୀ ସାଧାରଣ ଲୋକଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବେ। ଘଟଣାସ୍ଥଳରୁ ତୁରନ୍ତ ନିକଟସ୍ଥ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେବା ପରିସ୍ଥିତି ସମ୍ପର୍କରେ ଆଇଆଇସି କିମ୍ବା ଏସିପିଙ୍କୁ ଜଣାଇବେ। ଘରୋଇ କାର୍ଯ୍ୟରେ କୌଣସି ପିସିଆର୍‌‌ ନିୟୋଜିତ ହେଉଥିବା ସୂଚନା ମିଳିଲେ, ଦାୟିତ୍ୱରେ ଥିବା ଅଫିସରଙ୍କୁ ନିଲମ୍ବନ କରାଯିବ।

ପିସିଆର୍‌‌ ଭ୍ୟାନ୍‌‌ଗୁଡ଼ିକରେ ଲାଗିଥିବା ଜିପିଏସ୍‌‌ ରିପୋର୍ଟକୁ ଡିସିପି ଡଃ ସିଂ ପ୍ରତ୍ୟେକ ଦିନ ଯାଞ୍ଚ କରିବେ। କୌଣସି ସ୍ଥାନରେ ବିନା କାରଣରେ ପିସିଆର୍‌‌ ଭ୍ୟାନ୍‌‌କୁ ଛିଡ଼ା କଲେ, ସେ ସମ୍ପର୍କରେ ଭ୍ୟାନ୍‌‌ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କୈଫିୟତ ଦେବାକୁ ପଡ଼ିବ ଏବଂ ଦୁର୍ଘଟଣା ସମୟରେ ଆବଶ୍ୟକ ହେଲେ ଆହତଙ୍କୁ ମେଡିକାଲରେ ପହଞ୍ଚାଇବା କାର୍ୟ୍ୟକୁ ସୂଚାର ଭାବେ କରିବାକୁ କୁହାଯାଇଛି। କଟକ ୟୁପିଡିର ସମସ୍ତ ପିସିଆର୍‌‌ ଡ୍ରାଇଭର୍‌‌ ଓ କର୍ମଚାରୀଙ୍କୁ ଡାକି ଡିସିପି ଡଃ ସିଂ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଯେଉଁ ସହରର ଆଇନଶୃଙ୍ଖଳା ପରିସ୍ଥିତି ଯେତେ ଉନ୍ନତ ସେ ସହରର ପିସିଆର୍‌‌ ଡ୍ୟୁଟି ସେତେ କଠୋର ବୋଲି ଡିସିପି କହିଛନ୍ତି। ଏଣୁ ନିଜ ଡ୍ୟୁଟିରେ ଅବହେଳା ପ୍ରଦର୍ଶନ ନକରିବାକୁ ପିସିଆର୍‌‌ ଡ୍ରାଇଭରଙ୍କୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking