28.1 C
Bhubaneswar
Sunday, July 13, 2025
Homeଓଡିଶାଓଡିଶା ବିଶ୍ୱ ବିଦ୍ୟାଳୟ ଆଇନକୁ ଏ.ଆଇ.ଡି.ଏସ.ଓ ର ଦୃଢ ବିରୋଧ

ଓଡିଶା ବିଶ୍ୱ ବିଦ୍ୟାଳୟ ଆଇନକୁ ଏ.ଆଇ.ଡି.ଏସ.ଓ ର ଦୃଢ ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ବିଶ୍ୱ ବିଦ୍ୟାଳୟ ଆଇନ ୨୦୨୦କୁ ତୁରନ୍ତ ରଦ୍ଦ କରିବା ତଥା ବିଶ୍ୱ ବିଦ୍ୟାଳୟ ଗୁଡିକର ସ୍ୱୟତ୍ୱତାକୁ ଅକ୍ଷୁର୍ଣ୍ଣ ରଖିବା ଦାବିରେ ଆଜି ଏ.ଆଇ.ଡି.ଏସ.ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ସଂଗଠନ ତରଫରୁ ଏହି କଳା ଆଇନର ନକଲକୁ ପୋଡା ଯାଇଥିଲା । ସୂଚନାଯୋଗ୍ୟ ଯେ ରାଜ୍ୟର ଛାତ୍ର, ଶିକ୍ଷକ, ଶିକ୍ଷାବିତ୍ ଓ ସାଧାରଣ ଲୋକଙ୍କ ବିରୋଧକୁ ଉପେକ୍ଷା କରି ରାଜ୍ୟ ସରକାର ଗତ କାଲି ବିଧାନସଭାରେ ଓଡିଶା ବିଶ୍ୱ ବିଦ୍ୟାଳୟ (ସଂଶୋଧନ) ବିଧେୟକକୁ ପାରିତ କରିଛନ୍ତି । ଏହି ଆଇନରେ ବିଶ୍ୱ ବିଦ୍ୟାଳୟ ଆଇନ ୧୯୮୯କୁ ପରିବର୍ତ୍ତନ କରି ବିଶ୍ୱ ବିଦ୍ୟାଳୟର ଶିକ୍ଷକ ଚୟନ ପ୍ରକ୍ରିୟା ବିଶ୍ୱବିଦ୍ୟାଳୟ ହାତରୁ କାଢିନେଇ ଓଡିଶା ପବ୍ଲିକ ସର୍ଭିସ କମିଶନ ହାତରେ ନ୍ୟସ୍ତ କରିବା, ସିନେଟ ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ହଟାଇବା, କୂଳପତି ଚୟନ କମିଟିରେ ସିଣ୍ଡିକେଟ ଦ୍ୱାରା ମନୋନିତ ଜଣେ ପ୍ରତିନିଧି ରହିବାର ବ୍ୟବସ୍ଥା ହଟାଇ ରାଜ୍ୟ ସରକାରଙ୍କର ପ୍ରତିନିଧି ରହିବାର ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ନିଷ୍ପତ୍ତି ଅତ୍ୟନ୍ତ ଅଗଣତାନ୍ତ୍ରିକ, ଅନ୍ୟାୟ, ଛାତ୍ର -ଶିକ୍ଷକ ବିରୋଧି ବୋଲି ସଂଗଠନ ତରଫରୁ ଅଭିଯୋଗ କରାଯାଇଛି । ଏହି ଆଇନ ବିରୋଧରେ ଗଣ ଆନ୍ଦୋଳନ ଗଢି ତୋଳିବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଛି । ଆଜିର ବିକ୍ଷୋଭରେ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ଉପ-ସଭାପତି ଲକ୍ଷ୍ମଧର ସାମଲ, ସର୍ବଭାରତୀୟ କାଉନସିଲ ସଭ୍ୟ ସୁନିଲ ଭୋଇ, ବିକାଶ ଜେନା, ଯୁଗେଶ୍ୱର ରଣା, ସଂଗ୍ରାମ ପ୍ରଧାନ, ସୋହନ ମିଶ୍ର, ନିତୁ ପାତ୍ରଙ୍କ ସହ ବହୁଛାତ୍ର ଛାତ୍ରୀ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking