26.1 C
Bhubaneswar
Friday, May 23, 2025
Homeଓଡିଶାଦୁର୍ଘଟଣାରେ ଗୋଡ଼ ହରାଇଥିବା ଭିନ୍ନକ୍ଷମଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

ଦୁର୍ଘଟଣାରେ ଗୋଡ଼ ହରାଇଥିବା ଭିନ୍ନକ୍ଷମଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ନାମି ଅଞ୍ଚଳର ବାସିନ୍ଦା ଦେବାଶିଷ ସାହୁ ଗତ ବର୍ଷ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁଠାରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଦୁର୍ଭାଗ୍ୟବଶତଃ, ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଗୋଡ଼ କଟା ଯାଇଥିଲା । ତେବେ ଏକ ବର୍ଷ ପରେ କଟାହୋଇଥିବା ଗୋଡ ଶୁଖୁରୁ ସେ କୃତ୍ରିମ ଗୋଡ଼ ଲଗାଇବାକୁ ଇଚ୍ଛା ପ୍ରକାଶ କରିଥିଲେ । ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଏହି ବିଷୟରେ ସମାଜସେବୀ ଶ୍ରୀ ରାଜେଶ ମହାରଣାଙ୍କ ଜରିଆରେ ଜାଣିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ସିଂହ ଓଡ଼ିଶା-ମୋ ପରିବାରକୁ ଜଣାଇବାପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର୍‌ କରିଥିଲେ ଏବଂ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି (ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ) ମାଧ୍ୟମରେ ତାଙ୍କ ଗୋଡ଼ର ମାପ ନିଆଯାଇ ତାଙ୍କୁ ଏକ କୃତ୍ରିମ ଗୋଡ଼ ଯୋଗାଡ଼ କରାଯାଇଥିଲା । ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରେ ମନ୍ତ୍ରୀ ଶ୍ରୀ ସିଂହଙ୍କ ଉପସ୍ଥିତରେ ଦେବାଶିଷଙ୍କୁ ଏକ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି । ଏହି ସମୟରେ ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟ, ସମୀର ପ୍ରଧାନ ଏବଂ ଓଡ଼ିଶା-ମୋ ପରିବାରର ସ୍ବାସ୍ଥ୍ୟ ଉପଦେଷ୍ଟା ଡଃ. ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଦେବାଶିଷଙ୍କ ଡାହାଣ ପାର୍ଶ୍ବରେ ଏହି କୃତ୍ରିମ ଗୋଡ଼ ଲଗାଯାଇଥିଲା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking