33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ନୂଆ ସ୍ଥଳସେନା ମୁଖ୍ୟ

ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ନୂଆ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : ଦେଶର ନୂଆ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ଦାୟିତ୍ୱ ନେଇଛନ୍ତି । ଆଜି ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜେନେରାଲ ମନୋଜ ମୁକୁନ୍ଦ ନରଭଣେଙ୍କଠାରୁ ସେ ୨୯ତମ ସେନାମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ।
ଏହା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ସ୍ଥଳସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ପ୍ରଥମ ଥର ପାଇଁ ସ୍ଥଳସେନା ମୁଖ୍ୟ ପଦବୀରେ କପର୍ସ ଅଫ୍ ଇଞ୍ଜିନିୟର ସର୍ଭିସ୍‌ରୁ କୌଣସି ଇଞ୍ଜିନିୟରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି । ନ୍ୟାସନାଲ ଡିଫେନ୍ସ ଏକାଡେମୀର ଛାତ୍ର ମନୋଜ ପାଣ୍ଡେ ୧୯୮୨ ମସିହାରେ ସେନାରେ ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ । ଦୀର୍ଘ ଚାରି ଦଶଦ୍ଧିର କାର୍ଯ୍ୟକାଳରେ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ଅନେକ ଗୁରୁ ଦାୟିତ୍ୱ ସହ କଠିନ ଅପରେସନକୁ ସଫଳ କରାଇଛନ୍ତି । କାଶ୍ମୀର, ଲଦାଖ, ରାଜସ୍ଥାନରେ ସେନାକୁ ଦୁର୍ଗମ ଅଞ୍ଚଳ ଓ ଉଚ୍ଚତମ ଶୃଙ୍ଖକୁ ପହଞ୍ଚାଇବା ଭଳି ଅନେକ କାର୍ଯ୍ୟ ମନୋଜ ପାଣ୍ଡେ କରିଛନ୍ତି । ଏଲ୍‌ଓସିରେ ଯବାନଙ୍କୁ ନେବା ପାଇଁ ରାସ୍ତା ହେଉ ଅବା ବ୍ରିଜ୍ କିମ୍ବା କୌଣସି ବଡ଼ ଅପରେସନ ବେଳେ ସେନାର ମେରୁଦଣ୍ଡ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ କାର୍ଯ୍ୟ କରିଛନ୍ତି । ସେପଟେ ଦାୟିତ୍ୱରୁ ଅବ୍ୟାହତି ନେବା ପରେ ଜେନେରାଲ ନରଭଣେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking