27.1 C
Bhubaneswar
Saturday, July 27, 2024
Homeଅପରାଧଭିଡିଓ କଲ୍‌ରେ ମହିଳାଙ୍କ ଡେଲିଭରି କଲେ ନର୍ସ, ଦୁନିଆ ଦେଖିବା ଆଗରୁ ଆଖି ବୁଜିଲା ଶିଶୁ

ଭିଡିଓ କଲ୍‌ରେ ମହିଳାଙ୍କ ଡେଲିଭରି କଲେ ନର୍ସ, ଦୁନିଆ ଦେଖିବା ଆଗରୁ ଆଖି ବୁଜିଲା ଶିଶୁ

ଚେନ୍ନାଇ: ଡାକ୍ତରଙ୍କୁ ଭିଡିଓ କଲ୍‌ରେ ରଖି ମହିଳାଙ୍କ ଡେଲିଭରି କଲେ ନର୍ସ । ଯାହାର ପରିଣତସୂରୁପ ଦୁନିଆ ଦେଖିବା ଆଗରୁ ଆଖି ବୁଜିଲା ନବଜାତକ । ସମସ୍ତଙ୍କୁ ତାଜୁବ କଲାଭଳି ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ତାମିଲନାଡୁରୁ । ଚେଙ୍ଗଲପଟ୍ଟୁ ଜିଲ୍ଲା ସ୍ଥିତ ଏକ ସରକାରୀ ହସ୍ପିଟାଲରେ ଜଣେ ୩୩ ବର୍ଷୀୟା ଗର୍ଭବତୀଙ୍କ ଭିଡିଓ କଲ୍‌ରେ ଡେଲିଭରି ହୋଇଛି । ହସ୍ପିଟାଲରେ ଡାକ୍ତର ଅନୁପସ୍ଥିତ ଥିବାରୁ କାର୍ଯ୍ୟରତ ନର୍ସ ଡାକ୍ତରଙ୍କୁ ଭିଡିଓ କଲ୍ କରି ତାଙ୍କ ନିର୍ଦ୍ଦେଶରେ ଡେଲିଭରି କରାଇଛନ୍ତି । ସୂଚନା ଅନୁଯାୟୀ, ପୁଷ୍ପା ନାମକ ଜଣେ ମହିଳାଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ସୁନାମ୍ବେଦୁ ସରକାରୀ ହସ୍ପିଟାଲକୁ ନେଇଯାଇଥିଲେ । ହେଲେ ଏହି ସମୟରେ ହସ୍ପିଟାଲରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ । ସେପଟେ ପୁଷ୍ପାଙ୍କ ସ୍କାନ ରିପୋର୍ଟରେ ତାଙ୍କର ପ୍ରସବ ସମୟର ଜଟିଳତା ଥିବାର ଜଣାପଡିଥିଲା । କିନ୍ତୁ ଏହାକୁ ଧ୍ୟାନ ନ ଦେଇ ହସ୍ପିଟାଲର ନର୍ସମାନେ ତାଙ୍କର ଡେଲିଭରି କରିବାକୁ ସ୍ଥିର କରିଥିଲେ ।

ଡେଲିଭରି ସମୟରେ ଶିଶୁଟିର ମୁଣ୍ଡ ଭିତରକୁ ଏବଂ ଗୋଡ ବାହାରକୁ ଥିଲା । ଏହା ଦେଖି ନର୍ସ ଭୟରେ ଡାକ୍ତରଙ୍କୁ ଭିଡିଓ କଲ୍ କରିଥିଲେ । ଏହାପରେ ଡାକ୍ତର ନର୍ସମାନଙ୍କୁ ଶିଶୁର ମୁଣ୍ଡ କିପରି ଟାଣିବେ ସେନେଇ ମାର୍ଗଦର୍ଶନ କରିଥିଲେ । କିନ୍ତୁ ଶତ ଚେଷ୍ଟା ସତ୍ତ୍ୱେ ସାଧାରଣ ଡେଲିଭରି କରିବାରେ ନର୍ସମାନେ ବିଫଳ ହେବାରୁ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଏଚ୍ ହସ୍ପିଟାଲକୁ ପଠାଇଥିଲେ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଶିଶୁର ମୁଣ୍ଡ ବାହାର ଆସିସାରିଥିଲା ଏବଂ ତା’ର ମୃତ୍ୟୁ ଘଟିଥିବାର ଜଣାପଡିଥିଲା । ଏହି ଘଟଣା ଜଣାପଡିବା ପରେ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁ ଲୋକେ ହୋହଲ୍ଲା କରିବା ସହ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ତେବେ ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ମାମଲା ଶାନ୍ତ ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking