26.1 C
Bhubaneswar
Sunday, September 25, 2022
Homeଅପରାଧସ୍ୱପ୍ନକୁ ସତ ଭାବି ପତ୍ନୀକୁ ଭୟଙ୍କର ଶାସ୍ତି

ସ୍ୱପ୍ନକୁ ସତ ଭାବି ପତ୍ନୀକୁ ଭୟଙ୍କର ଶାସ୍ତି

ବ୍ୟୁରୋ: ସ୍ୱପ୍ନକୁ ସତ ଭାବି ପତ୍ନୀକୁ ଭୟଙ୍କର ଶାସ୍ତି । ପରପୁରୁଷ ସହ ଅବୈଧ ସମ୍ମନ୍ଧ ଥିବା ନେଇ ସ୍ୱପ୍ନ ଦେଖିବା ପରେ ରାଗିଗଲେ ଯୁବକ । ଶୋଇଥିବା ସମୟରେ ପତ୍ନୀଙ୍କ ବେକ ଏବଂ ହାତକୁ ଅନେକ ଥର ଛୁରି ଭୁଶିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ଆହତ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସୌଭାଗ୍ୟବଶତଃ ଚିକିତ୍ସା ପରେ ତାଙ୍କ ଜୀବନ ବଞ୍ଚିଯାଇଛି । ଅଗଷ୍ଟ ୯ରେ ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଏବେ ଗିରଫ ହୋଇଛି । ପ୍ରାୟ ପାଞ୍ଚ ସପ୍ତାହ ପରେ ପୋଲିସ ଅଭିଯୁକ୍ତକୁ ଧରିଥିବା ଜଣାପଡ଼ିଛି । ବ୍ରାଜିଲର ପ୍ଲେନେଲଟିନାରେ ଏହି ଅଭାବନୀୟ ଘଟଣା ଘଟିଛି । ଜଣେ ୩୭ ବର୍ଷ ବୟସ୍କ ବ୍ୟକ୍ତି ସ୍ୱପ୍ନକୁ ସତ ଭାବି ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ପତ୍ନୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ବେକ ଓ ହାତରେ ଗଭୀର ଆଘାତ ଲାଗିଛି । ତେବେ ବର୍ତ୍ତମାନ ତାଙ୍କ ଅବସ୍ଥାରେ ସୁଧାର ଆସିଛି । ସୂଚନା ଅନୁସାରେ ଘଟଣା ଦିନ ମଧ୍ୟରାତ୍ରିରେ ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ୱାମୀ ସ୍ୱପ୍ନ ଦେଖିବା ପରେ ପତ୍ନୀ ଉପରେ ବିଗିଡ଼ି ଯାଇଥିଲେ । ଅନ୍ୟ ପୁରୁଷ ସହିତ ଅନୈତିକ ସମ୍ପର୍କ ଥିବା କହି କଳି କରିଥିଲେ । ଆଉ ଏହି କଥାକୁ ନେଇ ନିଦରୁ ଉଠିଥିବା ପତ୍ନୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କଲେ । ଏହି ବିବାଦ ଦୀର୍ଘ ସମୟ ଧରି ଚାଲିଥିଲା, ଆଉ କିଛି ସମୟ ପରେ ସେ ପୁଣି ଶୋଇ ପଡ଼ିଥିଲେ । ହେଲେ ରାତିରେ ପତ୍ନୀ ଶୋଇଥିବା ବେଳେ ସ୍ୱାମୀ ପୂଣି ଥରେ ନିଦରୁ ଉଠି ଏପରି କାଣ୍ଡ କରି ଫେରାର ମାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking