22.1 C
Bhubaneswar
Saturday, January 11, 2025
Homeଓଡିଶାନାମାଙ୍କନ ଭରିଲେ ୧୭୩

ନାମାଙ୍କନ ଭରିଲେ ୧୭୩

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ୧୦୬ଟି ପୌର ପରିଷଦ ଓ ଏନ୍‌ଏସି ଏବଂ ୩ ମହାନଗର ନିଗମ ପାଇଁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏଥିପାଇଁ ୨ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏପରି ସ୍ଥଳେ ବିଭିନ୍ନ ରାଜନୈତିକ ଦଳରୁ ଟିକେଟ୍ ପାଇସାରିଥିବା ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ଆରମ୍ଭ କରିଛନ୍ତି । ଆଜି ରାଜ୍ୟବ୍ୟାପୀ ୧୭୩ ଜଣ ପ୍ରାର୍ଥୀ କାଉନସିଲ୍‌ର/କର୍ପୋରେଟର ଏବଂ ଅଧ୍ୟକ୍ଷ/ମେୟର ପଦ ପାଇଁ ନାମାଙ୍କନ ଭରିଛନ୍ତି । କାଉନସିଲର ତଥା କର୍ପୋରେଟର ପଦଲାଗି ୧୪୫ ଜଣ ନାମାଙ୍କନ ଭରିଥିବା ବେଳେ ୨୮ ଜଣ ବିଭିନ୍ନ ପୌର ପରିଷଦ ଓ ଏନ୍‌ଏସିର ଅଧ୍ୟକ୍ଷ ତଥା ମହାନଗର ନିଗମର ମେୟର ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ଦିଆଯାଇଛି । ଏଥର ନାମାଙ୍କନ ପତ୍ରରେ ଦୁଇଟି ସତ୍ୟପାଠ ଦେବା ବାଧ୍ୟତାମୂଳକ ରହିଛି । ପ୍ରଥମଟିରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଓ ସମ୍ପତ୍ତି ତାଲିକା ଏବଂ ଦ୍ୱିତୀୟଟିରେ ଦୁଇରୁ ଅଧିକ ପିଲା ନଥିବା ଓ ସ୍ତ୍ରୀ ଜୀବିତ ଥିବାନେଇ ସତ୍ୟପାଠ କରିବାକୁ ହେବ । ମାର୍ଚ୍ଚ ୭ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ୯ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାସହ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଶେଷ ତାରିଖ ରହିଛି ମାର୍ଚ୍ଚ ୧୪ । ଏହାପରେ ୨୪ରେ ମତଦାନ ଅନୁଷ୍ଠିତ ହୋଇ ୨୬ରେ ଫଳ ବାହାରିବ । ଚଳିତ ଥର ସହରାଞ୍ଚଳର ଭୋଟରମାନେ କାଉନ୍‌ସିଲର ବା କର୍ପୋରେଟର ଏବଂ ପୌରାଧ୍ୟକ୍ଷ ବା ମେୟର ପଦପାଇଁ  ପୃଥକ୍ ଭାବେ ମତଦାନ କରିବେ । ଏଥିପାଇଁ ଭୋଟକେନ୍ଦ୍ରରେ ଦୁଇଟି ଇଭିଏମ୍ ରହିବ । ଏଥିସହ ଚଳିତ ପୌର ନିର୍ବାଚନରେ ପ୍ରଥମ କରି ନୋଟା ବିକଳ୍ପ ଇଭିଏମ୍‌ରେ ସ୍ଥାନ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking