ନୂଆଦିଲ୍ଲୀ : ଅଦାନୀ-ହିଣ୍ଡେନ୍ବର୍ଗ ମାମଲାର ଆଜି ସୁପ୍ରିମ୍କୋର୍ଟରେ ଶୁଣାଣି ହୋଇଛି । ଏହି ଅବସରରେ ସିକ୍ୟୁରିଟି ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଯାଞ୍ଚ୍ ପୂରା କରିବାକୁ ନିମନ୍ତେ ଅତିରିକ୍ତ ୬ ମାସ ସମୟ ମାଗିଥିଲା । ତେବେ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, ୬ ମାସ ସମୟ ଆମେ ଦେଇପାରିବୁ ନାହିଁ । ଆମେ ଅଗଷ୍ଟ ମଧ୍ୟଭାଗରେ ମାମଲାକୁ ଲିଷ୍ଟ୍ କରିବାର ଅଛି । ତେଣୁ ତିନିମାସ ମଧ୍ୟରେ ଯାଞ୍ଚ୍ ଶେଷକରି ଆସନ୍ତୁ । ଏହାପରେ ବେଞ୍ଚ୍ ପରବର୍ତ୍ତୀ ଶୁଣାଇ ସେମାବାର କରିବାକୁ କହିଥିଲେ । ସେହିଦିନ ହିଁ ବେଞ୍ଚ୍ ସେବିର ଆବେଦନ ଉପରେ ଆଦେଶ ଶୁଣାଇବେ ।
ଏହି ମାମଲାରେ ସୁପ୍ରିମ୍କୋର୍ଟ ମାର୍ଚ୍ଚ ଦୁଇ ତାରିଖରେ ଅବସରପ୍ରାପ୍ତ ଜଜ୍ ଏଏମ୍ ସପ୍ରେଙ୍କ ଅଧ୍ୟକ୍ଷତାରେ ଏକ ଛଅ ଜଣିଆ କମିଟି ଗଠନ କରିଥିଲେ କମିଟି ମେ ୮ ତାରିଖରେ ବନ୍ଦ ଲଫାପାରେ ନିଜ ରିପୋର୍ଟ କୋର୍ଟଙ୍କୁ ପ୍ରଦାନ କରିଛି । ଅଦାନୀ-ହିଣ୍ଡେନ୍ବର୍ଗ ମାମଲାରେ ୪ଟି ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଆଡ୍ଭୋକେଟ୍ ଏମ୍ଏଲ୍ ଶର୍ମା, ବିଶାଳ ତିୱାରୀ, କଂଗ୍ରେସ ନେତା ଜୟା ଠାକୁର ଏବଂ ସାମାଜିକ କର୍ମୀ ମୁକେଶ କୁମାର ପିଟିସନ୍ ଦାୟର କରିଥିଲେ । ମାମଲାର ପ୍ରଥମ ଶୁଣାଣି ସିଜେଆଇ ଚନ୍ଦ୍ରଚୂଡ଼ା, ଜଷ୍ଟିସ୍ ପିଏସ୍ ନରସିହ୍ମା ଏବଂ ଜେବି ପାରଦୀୱାଲ୍ ଫେବୃଆରୀ ୧୦ରେ କରିଥିଲେ ।