25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶସିଗାରେଟ ଉପରୁ ବ୍ୟାନ୍ ହଟାଇବେ ନ୍ୟୁଜିଲାଣ୍ଡ ସରକାର

ସିଗାରେଟ ଉପରୁ ବ୍ୟାନ୍ ହଟାଇବେ ନ୍ୟୁଜିଲାଣ୍ଡ ସରକାର

ନୂଆଦିଲ୍ଲୀ : ବିଶ୍ୱର ପ୍ରଥମ ଦେଶ ଭାବେ ସିଗାରେଟ ବ୍ୟାନ୍ କରିଥିବା ନ୍ୟୁଜିଲାଣ୍ଡ ସରକାର ଏହି ପ୍ରତିବନ୍ଧକକୁ ହଟାଇବାକୁ ଯାଉଛନ୍ତି । ଦେଶରେ କର ସଂଗ୍ରହ ହ୍ରାସ ପାଉଥିବା ଚିନ୍ତା ଦର୍ଶାଇ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଦେଶରେ ଥିବା ଜସିଣ୍ଡା ଜାକିଣ୍ଡା ଆର୍ଡର୍ଣ୍ଣଙ୍କ ପୂର୍ବ ସରକାର ଏହି ନିୟମ ଆଣିଥିଲେ । ଯୁବଗୋଷ୍ଠୀ ମାନଙ୍କୁ ଧୁମ୍ରପାନ ଠାରୁ ଦୂରରେ ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିଲେ । ତେବେ ବର୍ତ୍ତମାନ ସରକାରଙ୍କର ଏହି ନିଷ୍ପତ୍ତିକୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ସମାଲୋଚନା କରିଛନ୍ତି ।

ୟୁନିଭର୍ସିଟି ଅଫ ଓଟାଗୋର ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ରିଚାର୍ଡ ଏଡ଼ୱାର୍ଡ଼ କହିଛନ୍ତି ଆମେ ସରକାରଙ୍କର ଏହି ପଦକ୍ଷେପରେ ଆମେ ବିସ୍ମିତ ଏବଂ ମର୍ମାହତ । ନ୍ୟୁଜିଲାଣ୍ଡର ଅଧିକାଂଶ ସ୍ୱାସ୍ଥ୍ୟ ଗୋଷ୍ଠୀ ସରକାର ଯାହା କରିଛନ୍ତି ତାହା ଦେଖି ଭୟଭୀତ ହୋଇ ସେମାନଙ୍କୁ ଏହି ନିଷ୍ପତ୍ତି ଫେରାଇ ନେବାକୁ ଆହ୍ୱାନ ଦେଇଛନ୍ତି । ” ନ୍ୟୁଜିଲାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ମଧ୍ୟ ପ୍ରଭାବିତ କରିଥିଲା । ଯାହା ପରେ ସେ ସେପ୍ଟେମ୍ବରରେ ସେ ଧୁମ୍ରପାନ ଉପରେ ସମାନ ପ୍ରକାର ପ୍ରତିବନ୍ଧକ ଲଗାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking