28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସଂସାର ଉଜାଡ଼ିଦେଲା ଜନ୍ମକଲା ମା’....

ସଂସାର ଉଜାଡ଼ିଦେଲା ଜନ୍ମକଲା ମା’….

ନୂଆଦିଲ୍ଲୀ: ଦୁଇ ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲା ମା’ । ଚାହୁଁ ଚାହୁଁ ବଡ଼ ଝିଅର ଚାଲିଗଲା ଜୀବନ । ସାନ ଝିଅ ଓ ମା’କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଗଲା । ଗତକାଲି ଅପରାହ୍ଣରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଦିନ ପ୍ରାୟ ୩ଟା ବେଳେ ଦୁଇ ଝିଅଙ୍କୁ ଧରି ୪ ମହଲା ଛାତ ଉପରୁ ଡେଇଁ ପଡ଼ିଛନ୍ତି ମା’ । ୩୨ ବର୍ଷୀୟ ମହିଳା କାହିଁକି ଏପରି କଲେ ତାହା ଜଣାପଡ଼ିନାହିଁ । ପାରିବାରିକ କଳହ ନା ଅନ୍ୟ କେଉଁ କାରଣରୁ ମହିଳା ଜଣକ ଏତେ ବଡ଼ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ । ମୃତ୍ୟୁ ହୋଇଥିବା ବଡ଼ ଝିଅର ବୟସ ୪ ବର୍ଷ ବୋଲି ସୂଚନା ମିଳିଛି । ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପରି ଏକ ଘଟଣା ନୋଏଡ଼ାରୁ ସାମ୍‌ନାକୁ ଆସିଛି । ଉଭୟ ଗୁରୁତର ଥିବା ମା’ ଓ ସାନ ଝିଅକୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ମହିଳାଙ୍କ ସ୍ୱାମୀ ମନୋଜ ଏକ ହସ୍ପିଟାଲ କ୍ୟାଣ୍ଟିନରେ କାମ କରୁଥିଲେ । ସେ ଘରୁ ବାହାରକୁ ଯାଉଥିବାବେଳେ ଏପରି କାଣ୍ଡ ଘଟାଇଥିଲେ ମହିଳା ଜଣକ । ଏନେଇ ପଡ଼ୋଶୀ ଦେଖିବା ପରେ ମନୋଜଙ୍କ ନିକଟକୁ ଖବର ଦେଇଥିଲେ । ପରେ ସେକ୍ଟର ୪୯ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ତିନିଜଣଙ୍କୁ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ବଡ଼ ଝିଅର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଅନ୍ୟ ଦୁଇଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଘଟଣାକୁ ନେଇ ନୋଏଡା ଅତିରିକ୍ତ ଡିସିପି ମନୀଷ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୪ ବର୍ଷୀୟ ବଡ଼ ଝିଅର ମୃତ୍ୟୁ ଘଟଇଛି । ତିନି ବର୍ଷର ଝିଅର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ମା’ ଓ ସାନ ଛିଅର ଚିକିତ୍ସା କରାଯାଉଛି । ମହିଳା ଜଣକ କାହିଁକି ଏପରି ପଦକ୍ଷେପ ନେଲେ ତାହା ଜଣାପଡ଼ିନାହିଁ । ଅର୍ଥ ଅଭାବ ନା ଅନ୍ୟ କିଛି କାରଣରୁ ଏପରି ଘଟିଛି, ସେ ନେଇ ତଦନ୍ତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking