30.1 C
Bhubaneswar
Sunday, May 19, 2024
Homeଓଡିଶାକଟୁରୀ ଚୋଟରେ ମା’ ମୃତ, ମାତୃହନ୍ତା ଅଟକ

କଟୁରୀ ଚୋଟରେ ମା’ ମୃତ, ମାତୃହନ୍ତା ଅଟକ

ପୁରୀ: ପୁରୀ ବାଲିଘାଟ ଅଞ୍ଚଳରେ ଘରୋଇ କଳିକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପେଣ୍ଠକଟା ମେରାଇନ୍ ଥାନା ସୁଭଦ୍ରା ନଗରରେ ଜଣେ ପୁଅ ତା’ ପରିବାର ସଦସ୍ୟଙ୍କୁ ଏକ କଟୁରିରେ ଆକ୍ରମଣ କରିଥିବା ବେଳେ ଏଥିରେ ତା’ ମାର ମୃତ୍ୟୁ ହୋଇଛି । ତେବେ ଏହି ଆକ୍ରମଣରେ ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ତାଙ୍କ ବାପା, ସ୍ତ୍ରୀ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ତେବେ ଘଟଣାସ୍ଥଳରେ ମେରାଇନ୍ ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣକାରୀ ପୁଅ ତଥା ମାତୃହନ୍ତକୁ ପୁଲିସ୍ ଅଟକ ରଖି ପଚରାଉଚଳା ଆରମ୍ଭ କରିଛି । ହତ୍ୟା ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରି ସବୁ ଦିଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।
ଅପରପକ୍ଷେ ସେପଟେ ବାରବାଟୀ ଅଞ୍ଚଳରେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । ପୂର୍ବଶତ୍ରୁତା ତଥା ଜମି ବିକ୍ରି ଡିଲ୍‌କୁ ନେଇ କେତେକ ଦୁର୍ବୃତ୍ତ ତାଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିବା ସୂଚନା ମିଳିଛି । କୃଷ୍ଣଚନ୍ଦ୍ରଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଥିବା ବେଳେ ଗୋଟିଏ ଆଗରେ ଏବଂ ଗୋଟିଏ ମୁଣ୍ଡ ପଛକୁ ଗୁଳିମାଡ଼ କରିଥିବା ସ୍ଥାନୀୟ ଲୋକେ ମତ ଦେଇଛନ୍ତି । ପୁରୀ ଟାଉନ୍‌ଥାନା ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ତଦନ୍ତ ଆଗକୁ ବଢ଼ିବ ବୋଲି ସୂଚନା ଦିଆଯାଇଛି । ତେବେ ପୁରୀରେ ଘଟିଥିବା ଏହି ଦୁଇ ହତ୍ୟା ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ଜିଲ୍ଲାପାଳ ସମର୍ଥବର୍ମା ପହଞ୍ଚି ଅନୁଧ୍ୟାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking