20.1 C
Bhubaneswar
Tuesday, January 28, 2025
Homeଦେଶ ବିଦେଶନାବାଳକର ଜିଭ ଅପରେସନ କରିବାର ଥିଲା, ଗୁପ୍ତାଙ୍ଗ କାଟିଦେଲେ ଡାକ୍ତର

ନାବାଳକର ଜିଭ ଅପରେସନ କରିବାର ଥିଲା, ଗୁପ୍ତାଙ୍ଗ କାଟିଦେଲେ ଡାକ୍ତର

ଲକ୍ଷ୍ନୌ: ନାବାଳକର ଜିଭ ଅପରେସନ କରିବାର ଥିଲା, ଗୁପ୍ତାଙ୍ଗ କାଟିଦେଲେ ଡାକ୍ତର । ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ବରେଲିରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଜଣେ ଡାକ୍ତର ହିନ୍ଦୁ ନାବାଳକର ଧର୍ମ ବଦଳାଇବାକୁ ଯାଇ ତା’ର ଗୁପ୍ତାଙ୍ଗ କାଟିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପୀଡିତାଙ୍କ ପରିବାର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏଥି ସହ ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କୁହାଯାଉଛି ଯେ ଏକ ହିନ୍ଦୁ ପରିବାର ନିଜ ପୁଅର ଜିଭକୁ ଅପରେସନ କରିବା ପାଇଁ ଡାକ୍ତର ଏମ. ଖାନ ହସ୍ପିଟାଲରେ ପହଞ୍ଚିଥିଲେ ।

ତେବେ ଡାକ୍ତର ପିତାମାତାଙ୍କୁ ନଜଣାଇ ଶିଶୁଟିର ଗୁପ୍ତାଙ୍ଗ କାଟି ଦେଇଥିଲେ । ଏହା ବିଷୟରେ ଜାଣିବା ପରେ ପରିବାର ସଦସ୍ୟଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଏଭଳି ଅବହେଳା ହୋଇଥିବାରୁ ସେମାନେ ଡାକ୍ତରଖାନାରେ ହଙ୍ଗାମା କରିବା ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ, ଏହା ବିଷୟରେ ସୂଚନା ପାଇବା ମାତ୍ରେ ହିନ୍ଦୁ ସଂଗଠନ ସହ ଜଡିତ ଲୋକମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ଏହା ପରେ ଡାକ୍ତରଖାନାରେ ଅନେକ ଘଣ୍ଟା ଧରି ଉତ୍ତେଜନା ଦେଖାଦେଇଥିଲା । ଏହି ସମୟରେ କେହି ଜଣେ ପୋଲିସକୁ ସୂଚନା ଦେବାରୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇ ଶାନ୍ତ କରିଥିଲା ପୋଲିସ । ଏହା ସହିତ ପୋଲିସ ଅଧିକାରୀ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୀଡ଼ିତ ପରିବାର ଅଭିଯୋଗ କରିଛନ୍ତି ଯେ, ଡାକ୍ତର ଜାଣିଶୁଣି ଏଭଳି କରିଛନ୍ତି । ଆମକୁ କିଛି ନଜଣାଇ ଡାକ୍ତର ପୁଅର ଗୁପ୍ତାଙ୍ଗ କାଟିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking