33.1 C
Bhubaneswar
Monday, June 24, 2024
Homeଓଡିଶାଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

ମୟୂରଭଞ୍ଜ : ଦେବଦମ୍ପତିଙ୍କ ପବିତ୍ର ବିବାହ କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ସଂପନ୍ନ ହୋଇଯାଇଛି। ତେବେ ଭାଗ୍ୟରେ ଥିଲେ ଏଭଳି ପବିତ୍ର ଦୃଶ୍ୟ ଦର୍ଶନର ସୁଯୋଗ ମିଳିଥାଏ। ଏହି ପବିତ୍ର କର୍ମ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଥିବା ପ୍ରସିଦ୍ଧ ପୂର୍ଣେଶ୍ୱର ପୀଠରେ ଅନୁଷ୍ଠିତ ହୋଇ ମହାସମାରୋହରେ ସଂପନ୍ନ ହୋଇଯାଇଛି। ଚିରାଚରିତ ପରମ୍ପରା ଅନୁସାରେ ଦିନରେ ବରଧରା ଶୋଭାଯାତ୍ରା ପରେ ରାତି ୮ ଟାରେ ବାହାରିଥିଲା ବର ଶୋଭାଯାତ୍ରା । ସେହିପରି ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ, ଇନ୍ଦ୍ର, ଯମ, ନାରଦ ଆଦି ଦେବଗଣ । ଏଥିରେ ସ୍ଥାନୀୟ ବିଭିନ୍ନ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପୂର୍ବାହ୍ନରେ ମହାରୁଦ୍ରାଭିଷେକ, ହୋମଯଜ୍ଞ ଅନୁଷ୍ଠିତ ହେବା ପରେ ସଂଧ୍ୟାରେ ବିବାହ ଅନୁଷ୍ଠିତ ହୋଇଥିଲା । ବାଦ୍ୟ, ରୋଷଣୀ, ଘଣ୍ଟ ଓ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ଗଢ଼ି ଉଠିଥିଲା ପୂରା ପରିବେଶ । ଶ୍ରଦ୍ଧାଳୁମାନେ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ବରଯାତ୍ରୀ ହୋଇ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହ ପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଇଥିଲା ଦେବ ଦମ୍ପତିଙ୍କ ବିବାହ ହେଲେ ଲୋକଙ୍କ ମଧ୍ୟରେ ଚେତନା ସୃଷ୍ଟି ହେବା ସହ ବିଶ୍ୱର ଜନକଲ୍ୟାଣ ସାଙ୍ଗକୁ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ବାଜା, ସଂକୀର୍ତ୍ତନର ତାଳେ ତାଳେ ନୃତ୍ୟ କରିବା ସହ ବାଣ ଫୁଟାଇ ଶୋଭାଯାତ୍ରା କରାଯାଇଥିଲା। ସ୍ଥାନୀୟ ମନ୍ଦିର ପରିସରରେ ବ୍ରାହ୍ମଣଙ୍କ ଦ୍ୱାରା ହସ୍ତଗଣ୍ଠି ପଡିବା ପରେ ହୋମଯଜ୍ଞ କରାଯାଇ ମହାଦେବ ଓ ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଥିଲା। ଉତ୍ତପ୍ତ ଧରାପୃଷ୍ଠ ଶୀତଳ ହେବା ସହ ବିଶ୍ୱର ଜନକଲ୍ୟାଣ ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking