26.1 C
Bhubaneswar
Friday, June 6, 2025
Homeଦେଶ ବିଦେଶଦୁନିଆର ସବୁଠାରୁ ଲମ୍ବା କାକୁଡି ଫଳାଇଲେ ଏହି ବ୍ୟକ୍ତି, ଗିନିଜ ଓ୍ଵାଲର୍ଡ ରେକର୍ଡରେ ପାଇଲା ସ୍ଥାନ

ଦୁନିଆର ସବୁଠାରୁ ଲମ୍ବା କାକୁଡି ଫଳାଇଲେ ଏହି ବ୍ୟକ୍ତି, ଗିନିଜ ଓ୍ଵାଲର୍ଡ ରେକର୍ଡରେ ପାଇଲା ସ୍ଥାନ

ନୂଆଦିଲ୍ଲୀ : ବେଳେ ବେଳେ ଏମିତି କିଛି ଜିନିଷ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଏହି ଜିନିଷ ବେଳେ ବେଳେ ବିଶ୍ୱ ରେକର୍ଡ ମଧ୍ୟ କରିଥାଏ। ତେବେ ଆପଣ କାକୁଡି ନିଶ୍ଚିତ ଖାଇଥିବେ । କାକୁଡି ଖାଇବାକୁ ଅଧିକାଂଶ ଲୋକେ ଭଲପାଆନ୍ତି। ଅନେକ ଲୋକ ଓଜନ କମ୍‌ କରିବା ପାଇଁ କାକୁଡି ଜୁସ୍‌ କରି ପିଅନ୍ତି। ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଗ୍ଲାସ କାକୁଡ଼ି ଜୁସ୍‌ ପିଇବା ଦ୍ୱାରା ଲାଭ ମିଳେ। ଆମେ ଏହାକୁ ବିଶେଷ ଭାବେ ସାଲାଡ ପାଇଁ ବ୍ୟବହାର କରିଥାଉ। ଗରମ ଦିନରେ ଅଧିକାଂଶ ଲୋକ କାକୁଡି ଖାଇବାକୁ ଭଲ ପାଆନ୍ତି। ଏହା ହାଇଡ୍ରେସନର ଏକ ଉତ୍ତମ ସ୍ରୋତ। ଯାହା ଶରୀରରେ ଜଳୀୟ ଅଂଶର ଅଭାବକୁ ପୂରଣ କରିଥାଏ। ତେବେ ସାଧାରଣ କାକୁଡିର ଲମ୍ବା ୧୩-୧୫ ସେଣ୍ଟିମିଟର ହୋଇଥାଏ। କିନ୍ତୁ କେବେ କିଏ କାକୁଡି ଫଳାଇ ବିଶ୍ୱ ରେକର୍ଡ କରିଥିବା ହୁଏତ ଆପଣ ଚିନ୍ତା କରିନଥିବେ।

ବ୍ରିଟେନର ସାଉଥ୍ଆମ୍ପଟନ୍ ବାସିନ୍ଦା ସେବାଷ୍ଟିଆନ୍ ସୁସ୍କି ନିଜ ବଗିଚାରେ ବିଶ୍ୱର ସବୁଠୁ ଲମ୍ବା କାକୁଡ଼ି ଫଳାଇଛନ୍ତି। ଯାହା ୧୧୩.୪ ସେଣ୍ଟିମିଟର ଲମ୍ବା। ଏଥିପାଇଁ ସେ ଗିନିଜ୍ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛନ୍ତି । ପୂର୍ବର ସବୁଠୁ ଲମ୍ବା କାକୁଡ଼ି ଠାରୁ ଏହା ୬.୪ ସେଣ୍ଟିମିଟର ବଡ଼ । ତାଙ୍କର ଏପରି ସଉକ ତାଙ୍କୁ ବିଶ୍ୱ ରେକର୍ଡ ପର୍ଯ୍ୟନ୍ତ ପହଞ୍ଚାଇଛି। ଏହି ରାସ୍ତା ସହଜ ନୁହେଁ ବୋଲି ସେବାଷ୍ଟିଆନ୍‌ କହିଛନ୍ତି। ସେବାଷ୍ଟିଆନ ଏହି ରେକର୍ଡକୁ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି।

ସେବାଷ୍ଟିଆନ୍ ୟୁରୋପିଆନ୍ ଜ୍ୟାଣ୍ଟ ଭେଜିଟେବଲ୍ ଗ୍ରୋଅର୍ସ ଆସୋସିଏସନ୍ (ଇଜିଭିଜିଏ) ର ଜଣେ ସ୍ୱେଚ୍ଛାସେବୀ । ତାଙ୍କ ନାମରେ ଅନେକ ଜାତୀୟ ରେକର୍ଡ ରହିଛି । ଗ୍ରେଟ୍ ପମ୍ପ୍କିନ୍ କମନ୍ୱେଲ୍ଥ (ଜିପିସି) ପାଇଁ ସେ ଏବେ ଇଣ୍ଟର୍ ନ୍ୟାସନାଲ୍ ଅଫିସର୍ ପଦରେ କାର୍ଯ୍ୟ କରୁଛନ୍ତି ।

ସବୁଠୁ ଲମ୍ବା କାକୁଡ଼ି ଫଳାଇବାର ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେ ସବୁଠୁ ଭଲ କିସମ ଖୋଜିବା ଆରମ୍ଭ କଲେ। ଏଥିପାଇଁ ବ୍ରିଟେନ, ଜର୍ମାନୀ, ପୋଲାଣ୍ଡ ଆଦି ସ୍ଥାନ ବୁଲିଲେ। ଶେଷରେ ପୋଲାଣ୍ଡର ପିଓଟ୍ର ହୋଲେୱାରୁ ସେ କାକୁଡ଼ି ମଞ୍ଜି ଆଣିଲେ । ଏଠାକାର କାକୁଡ଼ି ୯୯ ସେଣ୍ଟିମିଟର ପର୍ଯ୍ୟନ୍ତ ଲମ୍ବା ହୋଇପାରେ। ତେବେ ତାଙ୍କ କାକୁଡ଼ି ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ପରେ ସେବାଷ୍ଟିଆନ୍ ଖୁବ୍ ଗର୍ବିତ ବୋଲି କହିଛନ୍ତି।

ସେ କହିଛନ୍ତି ‘ପୂର୍ବରୁ ମୁଁ ବଡ଼ କାକୁଡ଼ି ଫଳାଇଛି, କିନ୍ତୁ ବର୍ତ୍ତମାନର ଗିନିଜ୍ ରେକର୍ଡଧାରୀ କାକୁଡ଼ି ଠାରୁ ଲମ୍ବା କେବେ ଫଳାଇନଥିଲି । ସବୁଠୁ ଲମ୍ବା କାକୁଡ଼ି ଫଳାଇବା ଏକ ବିପଦପୂର୍ଣ୍ଣ କାମ ।’ କାକୁଡ଼ିର ଠିକ୍ ବଢ଼ିବା ସମୟରେ ସେବାଷ୍ଟିଆନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏଥିପାଇଁ ଗିନିଜ୍ ରେକର୍ଡ ଭାଙ୍ଗିବାରେ ସେ ବିଫଳ ହେବେ ବୋଲି ଭାବି ନେଇଥିଲେ । କିନ୍ତୁ ତାଙ୍କ ପତ୍ନୀ ରେନାଟା କାକୁଡ଼ିର ଯତ୍ନ ନେଇ ଏହାକୁ ଫଳାଇଥିଲେ।

ସେବାଷ୍ଟିଆନ ସେୟାର କରିଥିବା ଭିଡିଓରେ ଗୋଟେ ନୁହେଁ ଅନେକ ଲମ୍ବା କାକୁଡି ଦେଖିବାକୁ ମିଳିଥିଲା। କିନ୍ତୁଏହି କାକୁଡି ସବୁଠାରୁ ଲମ୍ବା ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking