27.1 C
Bhubaneswar
Saturday, July 27, 2024
Homeଅପରାଧନାବାଳିକାଙ୍କୁ ଗଣଦୁଷ୍କର୍ମ

ନାବାଳିକାଙ୍କୁ ଗଣଦୁଷ୍କର୍ମ

ପାଟନା: ସୀମା ଡେଇଁଲା ପାଶବିକତା । ବିହାରରେ ଲଜ୍ଜା । ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ 2 ଅଭିଯୁକ୍ତ । ଅନ୍ୟଜଣେ ଅଭିଯୁକ୍ତ ଏବେବି ଫେରାର ରହିଥିବା ସୂଚନା ମିଳିଛି । ଏଭଳି ଲଜ୍ଜାନଜନକ ଘଟଣା ଘଟିଛି ବିହାରର ଅରଓ୍ବାଲ ଜିଲ୍ଲାରେ (Arwal district) । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ବିହାର ପାଟନା ଜିଲ୍ଲାରେ ଜୈନିକ ନାବାଳିକ ନିଜ କୋଚିଂ ସାରି ଘରକୁ ଫେରୁଥିଲେ । ନାବାଳିକାଙ୍କୁ ଏକୁଟିଆ ଦେଖି ସରେନ ଗାଁ ନିକଟରେ ତିନି ଜଣ ଯୁବକ ପ୍ରଥମେ ତାଙ୍କୁ ହଇରାଣ କରିବା ସହ ଆକ୍ରମଣ କରିଥିଲେ । ପରେ ତିନି ଜଣ ମିଶି ଭିଆଇଥିଲେ ଅଭାବନୀୟକାଣ୍ତ । ନାବାଳିକାଙ୍କୁ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ୩ ଅଭିଯୁକ୍ତ । ସେଠାରୁ ପୀଡିତା ଜଣକ ଥାନାକୁ ଯାଇ ସେଠାରେ ଅଭିଯୋଗ କରିଥିଲେ । ସ୍ଥାନୀୟ ପୋଲିସ ଘଟଣାକୁ ମହିଳା ଥାନା ପଠାଇ ଥିଲା । ପରେ ମହିଳା ପୋଲିସ ଘଟଣାକୁ ଗୁରୁତର ସହ ନେଇଥିଲା । ତଦନ୍ତ ଆରମ୍ଭ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବେଳେ ଅନ୍ୟ ଜଣକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ ମାରୁଛି ପୋଲିସ । ସେପଟେ ‘ନାବାଳିକାକୁ ଦୁଷ୍କର୍ମ ହୋଇଥିବା ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା କହିଛନ୍ତି ’ମହିଳା ଥାନା ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking