37.1 C
Bhubaneswar
Saturday, May 18, 2024
Homeଅପରାଧପ୍ରେମିକକୁ କହିଥିଲା ପ୍ରେମିକା; ଏତେ ନିଷ୍ଠୁର କେମିତି ହେଲ

ପ୍ରେମିକକୁ କହିଥିଲା ପ୍ରେମିକା; ଏତେ ନିଷ୍ଠୁର କେମିତି ହେଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ପ୍ରେମ ପାଇଁ ଘରୁ ଫେରାର ହୋଇ ଚାଲି ଆସିଥିଲେ । କିନ୍ତୁ ଅଧା ବାଟରେ ପ୍ରେମିକ ହିଁ ତାଙ୍କ ଜୀବନ ନେଇ ଯାଇଥିଲା । ଜୀବନ ନେବା ପରେ ନିଷ୍ଠୁର ପ୍ରେମିକ ପ୍ରେମିକାଙ୍କ ମୃତଦେହକୁ ଜାତୀୟରାଜପଥରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା । ଏହାପରେ ନିଜେ ଫୋନ କରି ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲା । ଅଭିଯୁକ୍ତ ଗୁଲବେଜ ରାମପୁରର ସହଜାଦ ନଗରରେ ବସବାସ କରେ । ସେ ଜଣେ ଯୁବତୀଙ୍କୁ ଗତ ୪ରୁ୫ ବର୍ଷ ହେବ ଭଲ ପାଇ ଆସୁଥିଲା । ଗୁଲବେଜ ବିବାହ ପାଇଁ ଘରେ କହିବାରୁ ପରିବାରଲୋକ ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ ।

ଏହାପରେ ଗୁଲବେଜ ତାଙ୍କ ପ୍ରେମିକାଙ୍କୁ ଫେରାର ହେବାକୁ କହିଥିଲା । ଗୁଲବେଜ କଥାରେ ତାଙ୍କ ପ୍ରେମିକା ରାଜି ହୋଇ ଘରୁ ବାହାରି ହୋଇ ଚାଲି ଆସିଥିଲେ । କିଛିବାଟ ଆସିବା ପରେ ଗୁଲବେଜ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଏଥିରେ ଗୁଲବେଜ ରାଗି ଯାଇ ପାଖରେ ଥିବା ଛୁରୀ ବାହାର କରି ପ୍ରେମିକାଙ୍କୁ ଭୁସିବାକୁ ଆସିଥିଲା । ଏହା ଦେଖି ପ୍ରେମିକା ଗୁଲବେଜକୁ କହିଥିଲେ, ‘ ତୁମେ ଏତେ ନିଷ୍ଠୁର କେମିତି ହେଲ? ତୁମ ଭଲପାଇବା ପାଇଁ ମୁଁ ମୋର ପରିବାର, ଘର ସମସ୍ତଙ୍କୁ ଛାଡ଼ି ଚାଲି ଆସିଥିଲି । କେଇ ପଦ କଥା କହି ଦେଲି ଯେ ତୁମେ ମୋତେ ମାରିବାକୁ ଛୁରୀ ବାହାର କରିଛି?’ ଗୁଲବେଜ କିନ୍ତୁ ପ୍ରେମିକାର କୌଣସି କଥା ଶୁଣିଲା ନାହିଁ । ସେ ଛୁରୀ ଭୁସି କଲା ହତ୍ୟା ।

ଏହାପରେ ୧୧୨ନମ୍ବରକୁ ଫୋନ କରି କହିଥିଲା, ‘ସେ ଜାତୀୟ ରାଜପଥରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଛି ।’ ପୁଲିସ ଏହି ଫୋନ ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ସତରେ ମୃତଦେହ ଦେଖିବାକୁ ପାଇଥିଲା । ପୁଲିସ ସଙ୍ଗେସଙ୍ଗେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଫୋନ ନମ୍ବର ଟ୍ରାକ କରି ଗୁଲବେଜ ସହିତ ଯୋଗାଯୋଗ କରିଥିଲା । ଆଉ ଥାନାକୁ ଡକାଇ ପଚରାଉଚରା ପରେ ଗୁଲବେଜ ପୁଲିସ ସାମ୍ନାରେ ଅପରାଧ ସ୍ୱୀକାର କରିଥିଲା । ଆଉ କହିଥିଲା, ‘ ମୁଁ ମୋର ପ୍ରେମିକାକୁ ହତ୍ୟା କରିବାକୁ ଯାଉଥିବା ସମୟରେ ସେ ମୋତେ କହିଥିଲା,‘‘ତୁମେ ଏତେ ନିଷ୍ଠୁର କେମିତି ହେଲ । ତୁମ ଭଲପାଇବା ପାଇଁ ମୁଁ ମୋର ପରିବାର, ଘର ସମସ୍ତଙ୍କୁ ଛାଡ଼ି ଚାଲି ଆସିଥିଲି । କେଇ ପଦ କଥା କହି ଦେଲି ଯେ ତୁମେ ମୋତେ ମାରିବାକୁ ଛୁରୀ ବାହାର କରିଛି ।’’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking