36.1 C
Bhubaneswar
Saturday, May 18, 2024
Homeଅପରାଧପାରିବାରିକ ବିବାଦ ନେଲା ଉଗ୍ରରୂପ; ସ୍ତ୍ରୀ ଓ ଭାଇ-ଭଉଣୀକୁ ଗୁଳିକଲା ଯୁବକ

ପାରିବାରିକ ବିବାଦ ନେଲା ଉଗ୍ରରୂପ; ସ୍ତ୍ରୀ ଓ ଭାଇ-ଭଉଣୀକୁ ଗୁଳିକଲା ଯୁବକ

ଭୋପାଳ: ମଧ୍ୟପ୍ରଦେଶରେ ଟ୍ରିପଲ ମର୍ଡର । ଉଗ୍ରରୂପ ନେଲା ପାରିପାରିକ ବିବାଦ । ତୁଚ୍ଛ ହେଲା ରକ୍ତ ସମ୍ପର୍କ । ସ୍ତ୍ରୀ, ଭାଇ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କଲା ଅଭିଯୁକ୍ତ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସାକୁ ନେଇ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଘଟିଛି ଏହି ହତ୍ୟାକାଣ୍ଡ । ତିନି ମୃତକ ହେଉଛନ୍ତି ହତ୍ୟାକାରୀରର ସ୍ତ୍ରୀ ରାକ୍ଷୀ, ଭଉଣୀ ଜୁଲି ତୋମାର ଓ ଭାଇ ଯୁବରାଜ ତୋମାର । ହତ୍ୟାକାରୀ ଜଣଙ୍କ ହେଉଛି ବାଗଚିନି ଗାଁର ବାସିନ୍ଦା ତ୍ରିଲୋକି ପରମାର । ପ୍ରଥମେ ଭଉଣୀ ଜୁଲି ତୋମାରଙ୍କ ଉପରକୁ ଗୁଳି ମାଡ କରିଥିବା ବେଳେ ପରେ ଭାଇ ଯୁବରାଜ ଓ ଶେଷରେ ସ୍ତ୍ରୀ ରାକ୍ଷୀକୁ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ପାରିବାରିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

ପୋଲିସର କହିବା ଅନୁଯାୟୀ, ରାକ୍ଷୀ ଓ ତ୍ରିଲୋକି ପରମାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ବିବାଦର ସମାଧାନ କରିବାକୁ ଯୁବରାଜ ଓ ଜୁଲି ତ୍ରିଲୋକି ଘରକୁ ଆସିଥିଲେ । ଏହାପରେ ଅଭିଯୁକ୍ତଙ୍କ ସହ ଦୁଇ ଜଣଙ୍କର ଯୁକ୍ତିତର୍କ ହୋଇଥିଲା । ଯାହା ପରମୁହୂର୍ତ୍ତରେ ଉଗ୍ରରୂପ ଧାରଣା କରିଥିଲା । ଯୁବରାଜ ଓ ଜୁଲି ଯେତେବେଳେ ଘରକୁ ଫେରିବା ପାଇଁ ବସ ଷ୍ଟାଣ୍ଟରେ ଛିଡା ହୋଇଥିଲେ, ଏହି ସମୟରେ ଅଭିଯୁକ୍ତ ଭାଇ ଭଉଣୀକୁ ଗୁଳି କରି ହତ୍ୟା କରିଥିଲା । ସେଠାରେ ଉପସ୍ଥିତ ଥିବା ସ୍ତ୍ରୀ ରାକ୍ଷୀକୁ ମଧ୍ୟ ଗୁଳି କରିଥିଲା ତ୍ରିଲୋକି । ସୂଚନାଯୋଗ୍ୟ, ଗତବର୍ଷ ଭିଣ୍ଡି ଜିଲ୍ଲାର ଆଟର ଗାଁର ବାସିନ୍ଦା ରାକ୍ଷୀଙ୍କୁ ବିବାହ କରିଥିଲା ଅଭିଯୁକ୍ତ ତ୍ରିଲୋକି ପରମାର । ପ୍ରଥମରୁ ଉଭୟଙ୍କ ଦାମ୍ପତ୍ୟ ଜୀବନ ଭଲରେ ଚାଲିଥିଲା ।

କିନ୍ତୁ ପର ମୁହୂର୍ତ୍ତରେ କୌଣସି କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣା କରିଥିଲା । ତିନି ଜଣଙ୍କୁ ହତ୍ୟା କିରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଏନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ନିକଟରେ ବେଙ୍ଗାଲୁରୁରୁ ଏକ ଲୋମଟାଙ୍କୁରା ଖବର ସାମ୍ନାକୁ ଆସିଥିଲା । ଆନ୍ଧ୍ର ପ୍ରଦେଶର ଜଣେ ସଫ୍ଟୱେର ଇଞ୍ଜିନିୟର ନିଜ ପତ୍ନୀ ଓ ୨ ଶିଶୁକନ୍ୟାଙ୍କୁ ହତ୍ୟା କରିବା ପରେ ୩ ମୃତଦେହ ସହିତ ୩ ଦିନ ରହିଥିଲେ । ପରେ ଅଗଷ୍ଟ ପହିଲାରେ ନିଜେ ଜୀବନ ହାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଅଗଷ୍ଟ ୩ ତାରିଖରେ ଏହି ସନ୍ଦେହଜନକ ମୁତ୍ୟୁ ମାମଲା ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking