26.1 C
Bhubaneswar
Tuesday, January 7, 2025
Homeଅପରାଧମୋବାଇଲ ଫେରାଇବାକୁ ଆସି ଜୀବନ ହାରିଲେ ପ୍ରେମିକ

ମୋବାଇଲ ଫେରାଇବାକୁ ଆସି ଜୀବନ ହାରିଲେ ପ୍ରେମିକ

କନ୍ଧମାଳ: ପ୍ରେମିକାକୁ ମୋବାଇଲ ଫେରାଇବାକୁ ଆସି ହତ୍ୟାର ଶିକାର ହେଲା ପ୍ରେମିକ । ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ଭାଇ । ଏମିତି ଏକ ଅଭାବନୀୟ ଓ ଅମାନବୀୟ କାଣ୍ଡ ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ । ଜଣେ ପ୍ରେମିକ ନିଜ ପ୍ରେମିକାକୁ ମୋବାଇଲ ଫେରାଇବାକୁ ଯାଇଥିବା ବେଳେ ହତ୍ୟାର ଶିକାର ହୋଇଛି । ପ୍ରେମିକାର ଭାଇ ତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ସୂଚନା ଅନୁଯାୟୀ, ପ୍ରେମିକ ଜଣକ ହେଉଛନ୍ତି ସାରଙ୍ଗଡ଼ କୂଳପଦର ଗାଁର ପ୍ରଦୀପ ମଲିକ । ସେ ପାଖାପାଖି ଏକ ବର୍ଷ ହେବ ଗୁଞ୍ଜିବାଡ଼ି ପଞ୍ଚାୟତ ଡ଼ଡ଼ବାଡ଼ି ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରରେ ଥିଲେ । ଆଉ ଗତ ୯ ତାରିଖରେ ଯୁବତୀ ଜଣକ ରାଇକିଆ ବୁଲିବା ପାଇଁ ଆସିଥିଲେ ।

ଏହି ସମୟରେ ପ୍ରଦୀପ ସହିତ ଯୁବତୀ ଜଣକ ଦେଖା ହୋଇଥିଲେ । ଦେଖା ହେବା ପରେ ଉଭୟ ବେଶ୍ କିଛି ସମୟ କଥା ହୋଇଥିଲେ । ଏହାପରେ ପ୍ରଦୀପ ଯୁବତୀଙ୍କୁ ଘରକୁ ଡାକିଥିଲେ । ଯୁବତୀ ଜଣଙ୍କ ଅରାଜି ହେବାରୁ ପ୍ରଦୀପ ତାଙ୍କୁ ବାଧ୍ୟ କରିଥିଲେ । ତଥାପି ଯୁବତୀ ରାଜି ହୋଇନଥିଲେ । ତେଣୁ ଏଥିରେ ସାମନ୍ୟ ରାଗିଯାଇ ପ୍ରଦୀପ ସେହି ଯୁବତୀ ବା ନିଜ ପ୍ରେମିକାଙ୍କ ମୋବାଇଲ ଛଡ଼ାଇନେଇ ଘରକୁ ଚାଲିଯାଇଥିଲେ । ଘଟଣାର ପରଦିନ ପ୍ରଦୀପ ମୋବାଇଲ ଫେରାଇବା ପାଇଁ ଯୁବତୀଙ୍କ ଗାଁକୁ ଆସିଥିଲେ । ସେଠାରେ ଯୁବତୀଙ୍କ ଭାଇ ଜ୍ୟୋତିନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହାସହ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ଅଧିକ ଉତକ୍ଷିପ୍ତ ହୋଇ ଜ୍ୟୋତିନ୍ଦ୍ର ଟାଙ୍ଗିଆ ଆଣି ପ୍ରଦୀପଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣା ପରେ ଜ୍ୟୋତିନ୍ଦ୍ର ନିଜେ ଥାନାକୁ ଯାଇ ଆତ୍ମସମର୍ପଣ ମଧ୍ୟ କରିଥିଲେ । ତେବେ ମୋବାଇଲ ଫେରାଇବାକୁ ଆସି ହତ୍ୟାର ଶିକାର ହୋଇଥିବା ପ୍ରେମିକଙ୍କ ଘରେ ଏବେ ପଡିଛି କାନ୍ଦବୋବାଳି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking