29.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶକୋଭିଡ୍‌ରେ ରେଳବାଇର କ୍ଷତି ୩୬ ହଜାର କୋଟି

କୋଭିଡ୍‌ରେ ରେଳବାଇର କ୍ଷତି ୩୬ ହଜାର କୋଟି

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ଯୋଗୁଁ ଭାରତୀୟ ରେଳବାଇ ଏପର୍ଯ୍ୟନ୍ତ ୩୬,୦୦୦ କୋଟି ଟଙ୍କାର କ୍ଷତି ସହିଲାଣି ବୋଲି ରେଳବାଇ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଡାନ୍‌ବେ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମାଲଗାଡି ଚଳାଚଳରୁ ରେଳବାଇ ଅଧିକ ରାଜସ୍ୱ ହାତେଇଥାଏ । କୋଭିଡ୍ ସମୟରେ ମାଲ ପରିବହନ ବ୍ୟାପକ ବାଧାପ୍ରାପ୍ତ ହୋଇଥିବା ସେ କହିଛନ୍ତି । ଯାତ୍ରୀବାହୀ ଟ୍ରେନ୍‌ରୁ ରେଳବାଇକୁ ଆବଶ୍ୟକ ରାଜସ୍ୱ ମିଳୁନଥିବାବେଳେ ବର୍ତ୍ତମାନ ଯାତ୍ରୀଭଡା ବୃଦ୍ଧି କରାଯିବା ଅନୁଚିତ ବୋଲି ସେ କହିଛନ୍ତି ।

ଅପରପକ୍ଷରେ ବୁଲେଟ ଟ୍ରେନ ସମେତ ମୁମ୍ବାଇ-ନାଗପୁର ଏକ୍ସପ୍ରେସୱେର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି । ଏହାବ୍ୟତୀତ ନଭି ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ସଂଯୋଗ କରୁଥିବା ୱେଷ୍ଟର୍ଣ୍ଣ ଫ୍ରିଟ୍ କରିଡର ପ୍ରକଳ୍ପ କାର୍ଯ୍ୟ ମଧ୍ୟ ସନ୍ତୋଷଜନକଭାବେ ଅଗ୍ରସର ହେଉଥିବା ଜଣାପଡିଛି । କୋଭିଡ୍ ପରିସ୍ଥିତିରେ ନିଅଣ୍ଟିଆ ରାଜସ୍ୱ ଭରଣା କରିବାକୁ ରେଳବାଇ ପକ୍ଷରୁ ବିଭିନ୍ନ ବର୍ଗର ଯାତ୍ରୀଙ୍କୁ ଦିଆଯାଉଥିବା ରିଆତିକୁ ବାତିଲ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking