33.1 C
Bhubaneswar
Saturday, May 11, 2024
Homeଓଡିଶାସୁନାବେଶରେ ସଜେଇ ହୋଇ ଦର୍ଶନ ଦେଲେ ମହାପ୍ରଭୁ

ସୁନାବେଶରେ ସଜେଇ ହୋଇ ଦର୍ଶନ ଦେଲେ ମହାପ୍ରଭୁ

ବାରିପଦା : ଓଡ଼ିଶାର ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପୁରୀରେ ଶ୍ରୀଜୀଉମାନେ ଭକ୍ତଙ୍କୁ ରଥ ଉପରେ ଏକାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେଉଥିବା ବେଳେ ବାରିପଦାରେ କିନ୍ତୁ ପରମ୍ପରା ସମ୍ପୁର୍ଣ୍ଣ ନିଆରା।

ପରମ୍ପରା ଅନୁଯାୟୀ, ମାଉସୀମା ମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ସନ୍ଧ୍ୟାରେ ଗୋଟି ପହଣ୍ଡିରେ ରଥାରୂଢ ହେବେ ଚତୁର୍ଦ୍ଧାମୂର୍ତ୍ତି  । ଉତ୍କଳୀୟ ସଂସ୍କୃତିର ପରିଚୟ ତଥା ଜଗତର ନାଥ ଜଗନ୍ନାଥଙ୍କ ଏ ହେଉଛି ଦ୍ବାରିକା ବେଶ ଅର୍ଥାତ ସୁନା ବେଶ । ରାଜତନ୍ତ୍ର ଅମଳରୁ ଆରମ୍ଭ ହୋଇଥିବା ଶ୍ରୀଜୀଉମାନଙ୍କ ସୁନାବେଶ ଏଠି ମାଉସୀମା ମନ୍ଦିରରେ ଅନୁଷ୍ଠିତ ହୋଇଥାଏ ।

ପୁରାଣବର୍ଣ୍ଣିତ କଥା ଅନୁଯାୟୀ, ତତ୍କାଳୀନ ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ଶ୍ରୀଜୀଉମାନଙ୍କୁ ମାଉସୀମା ମନ୍ଦିରରେ ସୁନାବେଶରେ ଦେଖିବାକୁ ଚାହିଁଥିଲେ । ଆଉ ସେହି ଦିନଠାରୁ ଶ୍ରୀଜୀଉମାନେ ମାଉସୀମା ମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି । ଆଜି ମଧ୍ୟ ମାଉସୀମା ମନ୍ଦିରରେ ସବୁ ରୀତିନୀତି ସମ୍ପନ୍ନ ହେବା ପରେ ସୁନାବେଶରେ ଦର୍ଶନ ଦେଇଛନ୍ତି ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ । ସୁନାବେଶରେ ଦର୍ଶନ ପରେ ଆଜି ସନ୍ଧ୍ୟାରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହେବେ ।

ସେପଟେ ମାଉସୀମା ମନ୍ଦିର ପରିସରରେ ଭକ୍ତମାନଙ୍କ ପାଇଁ ଖେଚୁଡି ଭୋଗର ଆୟୋଜନ ହୋଇଛି । ଆଗାମୀ ଦୁଇଦିନ ଧରି ହେବ ବାହୁଡା ରଥଟଣା । ଦୁଇ ବର୍ଷ ପରେ ଭକ୍ତମାନେ ପୁଣି ଥରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଛନ୍ତି ।

ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ ପାଇଁ ଆଜି ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କଲେ କୁଆଡେ ଲକ୍ଷେ ଯଜ୍ଞର ପୁଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ସେହି ବିଶ୍ୱାସକୁ ନେଇ ଦର୍ଶନ ପାଇଁ ଭିଡ ଲଗାଇଛନ୍ତି ଅନେକ ଶ୍ରଦ୍ଧାଳୁ ।  ଭକ୍ତଙ୍କ ସମାଗମକୁ ଲକ୍ଷ କରି ପୋଲିସ ଓ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking