ଧର୍ମଗଡ଼: ବଜ୍ରାଘାତରେ ଚାଲିଗଲା ଦୁଇ ସମ୍ପର୍କୀୟ ଭାଇଙ୍କ ଜୀବନ । ତରଭୁଜ କ୍ଷେତ୍ରରେ କାମ କରୁଥିବା ସମୟରେ ଘଟିଛି ଏଭଳି ଅଘଟଣ । କଳାହାଣ୍ଡି ଜିଲ୍ଲା କଲମପୁର ଥାନା ମାଟିଖାଲ ଗାଁ’ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ତରଭୁଜ କ୍ଷେତ୍ରରେ କାମ କରୁଥିବା ସମୟରେ କାବୈଶାଖି ଆସିଥିଲା । ଦୁଇ ସମ୍ପର୍କୀୟ ଭାଇ କ୍ଷତରୁ ବାହାରି ଥିଲେ । ହେଲେ କିଏ ଜାଣିଥିଲା ରାସ୍ତାରେ ଏମିତି ମୃତ୍ୟୁ ଛକିଛି ବୋଲି । ଆକାଶରୁ ଖସିଲା ମୃତ୍ୟୁ । ସ୍ଥାନୀୟଲୋକେ ଉଭୟଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତ । ଏ ନେଇ ଗ୍ରାମରେ ଶୋକରଛାୟା ଖେଳିଯାଇଛି ।