31.1 C
Bhubaneswar
Friday, March 29, 2024
Homeଓଡିଶାପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମର ଏକ ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଖୋଳଖାଳି ଗ୍ରାମ ମାଳିସାହିର ରଙ୍କନିଧି ଗୌଡ଼ଙ୍କ ବଡ ପୁଅ ପୃଥ୍ବୀରାଜ(୧୨) ଓ ସାନ ପୁଅ ଅଜୟ (୭) ।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ପୃଥ୍ବୀ ଓ ଅଜୟ ଗାଧୋଇବାକୁ ଗାଁର ସୋଲ ବନ୍ଧକୁ ଯାଇଥିଲେ । ସେଠାରେ ଗାଧୋଇବାବେଳେ ଅସାବଧାନତା ବଶତଃ ସେ ବୁଡ଼ି ଯାଇଥିଲେ । ଲୋକେ ଦୁଇ ଭାଇଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ସ୍ଥାନୀୟ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଆଇଆଇସି ଚିତ୍ତରଞ୍ଜନ ବେହେରା ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରିଥିଲେ । ଏ ନେଇ ବୁଗୁଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking