32.5 C
Bhubaneswar
Monday, June 29, 2026
Homeଓଡିଶାପୋଖରୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ପୋଖରୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ପାତ୍ରପୁର : ପୋଖରୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ । ପାତ୍ରପୁର ବ୍ଲକ ଖାରିଆଗୁଡା ଫାଣ୍ଡି ନିଳାଦ୍ରୀ ଚନ୍ଦ୍ରପୁର ଗ୍ରାମରେ ଏକ ଅଘଟଣା ଘଟିଯାଇଛି । ମୃତ ବୃଦ୍ଧ ଜଣଙ୍କ ଚନ୍ଦ୍ରପୁର ଗ୍ରାମର ଗୋପାଳ ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗୋପାଳ ଆଜି ସକାଳେ ଗ୍ରାମ ନିକଟ ଗଦାବନ୍ଧକୁ ସ୍ନାନ କରିବାକୁ ଯାଇଥିଲେ । ଏବଂ ଗାଧୋଉଥିବା ସମୟରେ ପାଣିରେ ବୁଡି ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ଘର ଲୋକ ବ୍ୟସ୍ତ ହୋଇ ପୋଖରୀରେ ଦେଖିଲା ବେଳକୁ ବୃଦ୍ଧଙ୍କର ମୃତଦେହ ପାଣିରେ ଭାସୁଥିଲା ଏବଂ ସଙ୍ଗେସଙ୍ଗେ ତାଙ୍କୁ ଖାରିଆଗଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାସହ ଖାରିଆ ଗୁଡ଼ା ଫାଣ୍ଡି ଅଧିକାରୀ ସୁରେଶ ଚନ୍ଦ୍ର ମୁର୍ମୁ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking