27.1 C
Bhubaneswar
Saturday, July 27, 2024
Homeଓଡିଶାବଞ୍ଚିପାରିଲାନି ବୋରୱେଲରୁ ଉଦ୍ଧାର ହୋଇଥିବା ନାବାଳିକାର ଜୀବନ

ବଞ୍ଚିପାରିଲାନି ବୋରୱେଲରୁ ଉଦ୍ଧାର ହୋଇଥିବା ନାବାଳିକାର ଜୀବନ

ଭୁବନେଶ୍ୱର: ଆଖି ବୁଜିଲା ନାବାଳିକା । ଦୀର୍ଘ ୯ ଘଣ୍ଟା ବୋରୱେଲ ଭିତରେ ଛଟପଟ ହୋଇ ଉଦ୍ଧାର ହେବା ପରେ ନାବାଳିକା ଶେଷରେ ଆଖି ବୁଜିଛି । ଉଦ୍ଧାର ହୋଇଥିବା ନାବାଳିକା ମାହିକୁ ଗତକାଲି ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଭୋପାଳସ୍ଥିତ ହମିଦିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।   ତେବେ ଆଜି ଭୋରରୁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଖବର ମୁତାବକ, ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା ପିପିଲିୟା ରସୋଡ଼ା ଗାଁରେ ୫ ବର୍ଷୀୟା ନାବାଳିକା ମାହି ଗତକାଲି ସନ୍ଧ୍ୟାରେ ଖେଳୁଥିବା ବେଳେ ଅଜାଣତରେ ଏକ ୩୦ ଫୁଟ ଗଭୀର ବୋରୱେଲ ଗାତ ଭିତରେ ଖସିପଡ଼ିଥିଲା । ନାବାଳିକାକୁ ଉଦ୍ଧାର କରିବା ପାଇଁ ଖବର ପାଇଁ SDRF ଓ NDRF ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଜିଲ୍ଲା ପ୍ରଶାସନ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking