29.1 C
Bhubaneswar
Saturday, July 27, 2024
Homeଓଡିଶାଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର : ଓଡ଼ିଶାରୁ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ପୁରୀ-ଆସାନସୋଲ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଇବା ପାଇଁ ପୂର୍ବ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ପ୍ରସ୍ତାବ ଦିଆଯାଇଛି । ପୂର୍ବ ରେଳପଥ ପକ୍ଷରୁ ଦାଖଲ ପ୍ରସ୍ତାବରୁ ହସ୍ତଗତ ସୂଚନା ଅନୁସାରେ ପୁରୀ-ଆସାନସୋଲ ମଧ୍ୟରେ ଦୂରତା ୬୦୧ କିମି ଏବଂ ଏହି ରୁଟ୍‌ରେ ସପ୍ତାହକୁ ୬ ଦିନ (ସୋମବାରରୁ ଶନିବାର) ବନ୍ଦେ ଭାରତ ଗଡ଼ିବ । ଯାତ୍ରା ସମୟ ୭ ଘଣ୍ଟା ୫୫ ମିନିଟ୍‌ ରହିବ ।

ପୁରୀ-ଆସାନସୋଲ ମଧ୍ୟରେ ଏହି ଟ୍ରେନ୍‌ ଭୁବନେଶ୍ୱର, କଟକ, ବାଲେଶ୍ୱର, ମେଦିନିପୁର, ବିଷ୍ଣୁପୁର, ବାଙ୍କୁରା, ଆଦ୍ରା ଷ୍ଟେସନରେ ରହଣି କରିବ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମେ’ ମାସରେ ପୁରୀ-ହାୱଡ଼ା ଏବଂ ସେପ୍ଟେମ୍ବର ମାସରେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ଆରମ୍ଭ ହୋଇଥିଲା । ପ୍ରସ୍ତାବିତ ପୁରୀ-ଆସାନସୋଲ ତୃତୀୟ ବନ୍ଦେ ଭାରତ ଭାବେ ଓଡ଼ିଶା ଦେଇ ଚଳାଚଳ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking