28.1 C
Bhubaneswar
Wednesday, April 29, 2026
Homeଓଡିଶାଟ୍ରେନ୍ ଧକ୍କାରେ ଚାଲିଗଲା ହାତୀ ଛୁଆର ଜୀବନ

ଟ୍ରେନ୍ ଧକ୍କାରେ ଚାଲିଗଲା ହାତୀ ଛୁଆର ଜୀବନ

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡାରେ ଅଭାବନୀୟ ଘଟଣା ଘଟିଛି। ରାତିରେ କିଛି ସ୍ଥାନୀୟ ଲୋକ ହାତୀ ପଲଙ୍କୁ ଘଉଡାଇବାବେଳେ ହାତୀଙ୍କ ଉପରେ ମାଡିଗଲା ମାଲବାହୀ ଟ୍ରେନ୍। ଚଳନ୍ତା ଟ୍ରେନ୍ ଚକା ତଳେ ଚାଲିଗଲା ଏକ ହାତୀ ଛୁଆର ଜୀବନ। ସୋମବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି।

ରାତିରେ କିଛି ସ୍ଥାନୀୟ ଲୋକ ଟର୍ଚ୍ଚ ଲାଇଟ୍ ମାରି ଅଞ୍ଚଳରେ ଥିବା କିଛି ହାତୀ ପଲଙ୍କୁ ଘଉଡାଉଥିଲେ। ତେବେ ହାତୀ ପଲ ଗୁଡିକ ଭୟରେ ଟ୍ରେନ୍ ଲାଇନ୍ ଆଡକୁ ଦୌଡିଥିଲେ। ସେହି ସମୟରେ ଆସୁଥିବା ଏକ ମାଲବାହୀ ଟ୍ରେନ୍ ହାତୀପଲଙ୍କୁ ଧକ୍କା ଦେଇଥିଲା। ଏଥିରେ ଅନେକ ହାତୀ ଆହତ ହୋଇଥିବା ଅନୁମାନ କରାଯାଉଛି। ତେବେ ଘଟଣାସ୍ଥଳରେ ଗୋଟିଏ ହାତୀ ଛୁଆର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପରେ ଖବର ପାଇ ବନ ବିଭାଗ କର୍ମଚାରୀ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking