17.1 C
Bhubaneswar
Wednesday, February 4, 2026
Homeଓଡିଶାସରଳ ଜୀବନ ଓ ଉଚ୍ଚ ଚିନ୍ତନର ନିଚ୍ଛକ ନିଦର୍ଶନ ହେଉଛି ମା' ରମାଦେବୀଙ୍କ ଜୀବନ: ସୂର୍ଯ୍ୟବଂଶୀ...

ସରଳ ଜୀବନ ଓ ଉଚ୍ଚ ଚିନ୍ତନର ନିଚ୍ଛକ ନିଦର୍ଶନ ହେଉଛି ମା’ ରମାଦେବୀଙ୍କ ଜୀବନ: ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ମା’ ରମାଦେବୀଙ୍କ ଜନ୍ମବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, “ସରଳ ଜୀବନ ଓ ଉଚ୍ଚ ଚିନ୍ତନ ଭାବନାର ନିଚ୍ଛକ ନିଦର୍ଶନ ହେଉଛି ମା’ ରମାଦେବୀଙ୍କ ଜୀବନ। ମା’ ରମାଦେବୀଙ୍କ ଜନ୍ମଜୟନ୍ତୀ ଓଡ଼ିଆ ଜାତି ପାଇଁ ସର୍ବଶ୍ରେଷ୍ଠ ଦିନ। ମା’ ରମାଦେବୀ ନିଜ ଜୀବନରେ ସବୁ କ୍ଷେତ୍ରରେ ସରଳତା ଓ ସ୍ବେଦେଶୀ ଭାବନାକୁ ଆପଣାଇଥିଲେ। ଅସହଯୋଗ, ଲବଣ ସତ୍ୟାଗ୍ରହ ଓ ଭାରତଛାଡ଼ ଆନ୍ଦୋଳନରେ ତାଙ୍କର ଅଗ୍ରଗଣ୍ୟ ଭୂମିକା ରହିଥିଲା ସ୍ୱାଧୀନତା ସଂଗ୍ରାମରେ ମା’ ରମାଦେବୀଙ୍କ ଅତୁଳନୀୟ ଅବଦାନ ଆଜି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ମା’ ରମାଦେବୀଙ୍କ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହୋଇ ବିକଶିତ ଓଡ଼ିଶା-୨୦୩୬ ଗଠନର ଲକ୍ଷ୍ୟ ପୂରଣ ନିମନ୍ତେ ନିଜର ଯୋଗଦାନ ଦେବେ ବୋଲି ମୁଁ ଆଶା କରୁଛି। ସର୍ବୋପରି ଓଡ଼ିଶାର ସମସ୍ତ ଜନସାଧାରଣ ପୂଜ୍ୟପୂଜାର ଏହି ଅନନ୍ୟ ପରମ୍ପରାରେ ସାମିଲ ହୋଇ ଓଡ଼ିଆ ଜାତିର ଗୌରବଗାଥାକୁ ବଜାୟ ରଖିବେ ବୋଲି ମୋର ବିଶ୍ୱାସ।”

ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, “ମା’ ରମାଦେବୀ ହେଉଛନ୍ତି ସାରସ୍ୱତ ଜଗତର ଅମ୍ଳାନ ପ୍ରତିଭା। ଦେଶର ସ୍ୱରାଜ୍ୟ ଓ ସାମାଜିକ ନ୍ୟାୟର ପ୍ରବକ୍ତା ସାଜି ମା’ ରମାଦେବୀ ଦଳିତ, ଅବହେଳିତ ଓ ନିଷ୍ପେସିତ ବର୍ଗଙ୍କ ପାଇଁ ତ୍ରାଣକର୍ତ୍ତା ପାଲଟିଥିଲେ। ଓଡ଼ିଶାରେ ମହିଳାମାନଙ୍କ ସାମାଜିକ, ରାଜନୈତିକ ଭୂମିକାକୁ ଉଚ୍ଚତର ସ୍ତରକୁ ନେବାରେ ମା’ ରମାଦେବୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ମା’ ରମାଦେବୀଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ଆଦର୍ଶ।”ବିଶିଷ୍ଟ ସାହିତ୍ୟିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, “ମା’ ରମାଦେବୀ ହେଉଛନ୍ତି ବିଶ୍ୱ ଇତିହାସର ବିସ୍ମୟ ପ୍ରତିଭା। ମା’ ରମାଦେବୀଙ୍କ କୀର୍ତ୍ତି ଓ କୃତିତ୍ୱ, ଜୀବନୀ ଓ ଜୀବନବ୍ରତ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତର ନାରୀମାନଙ୍କ ପାଇଁ ମାର୍ଗଦର୍ଶକ।” ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ ଓ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ମା’ ରମାଦେବୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking