ଭୁୂବନେଶ୍ୱର: କେନ୍ଦ୍ର ବିଜେପି ସରକାରର ମିଥ୍ୟା ମହିଳା ସଂରକ୍ଷଣ ବିଲ ଓ ଏହାକୁ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିଛ ପ୍ରଚାର ବିଷୟକୁ ନେଇ ଓଡିଶା ପ୍ରଦେଶ କଂଗେସ କମିଟି ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କୋରପୁଟ ଲୋକସଭା ସାଂସଦ ସପ୍ତଗିରୀ ଶଙ୍କର ଉଲାକା କେନ୍ଦ୍ରସରକାରଙ୍କ ଭଣ୍ଡାମିକୁ ତଥ୍ୟ ସହିତ ପର୍ଦାଫାସ କରିଥିଲେ । ସାଂସଦ ଶ୍ରୀ ଉଲାକା କହିଥିଲେ ଯେ, ମହିଳା ସଂରକ୍ଷଣ ବିଲ ଆଗତସମୟରେ ମୁଁ ଲୋକସଭା ରେ ଉପସ୍ଥିତ ଥିଲି । ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଜଳଜଳ ବାରି ହୋଇପଡୁଥିଲା । ୨୦୨୩ ରେ ସର୍ବସମ୍ମତି କ୍ରମେ ଆମେ ବିଲ ପାରିତ କରିଥିଲୁ କେବଳ ଦୁଇଜଣ ସଦସ୍ୟ ବିରୋଧରେ ଭୋଟ ଦେଇଥିଲେ ଏବଂ ଏହା ଆଇନରେ ପରିଣତ ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଗେଜେଟ ନୋଟିଫିକେଶନ ୧୬ ଅପ୍ରେଲ ୨୦୨୬ ରେ ବାହାର କଲେ । ତିନି ବର୍ଷ ବିଳମ୍ବ କରିବାର କାରଣ କଣ ? ଆମେ ଚାହୁଁଥିଲୁ ୨୦୨୪ ରୁ ଏହି ମହିଳା ବିଲ ଲାଗୁହେଇ ୫୪୩ ଆସନ ମଧ୍ୟରୁ ୧୮୧ ଟି ଆସନ ମହିଳାଙ୍କପାଇଁ ତୁରନ୍ତ ସଂରକ୍ଷିତ ହେଉ । ତାଛଡା ଏସସି,ଏସଟି,ଓବିସି ଙ୍କପାଇଁ ମଧ୍ୟ ପ୍ରାବଧାନ ରହୁ । କିନ୍ତୁ ସରକାର ତାହା ନ କରି ନିର୍ବାଚନ ସମୟରେ ଲୋକସଭାରେ ସ୍ୱତନ୍ତ୍ର ଅଧିବେସନ ଡାକିଲେ । ସରକାର ମହିଳା ସଂରକ୍ଷଣରେ ଗୋଟି÷ଏ କେଁ ରଖି ୨୦୨୬ ଜନଗଣନା ଓ ଡିଲିମିଟେସନ ଅନୁଯାୟୀ ୮୫୦ ଲୋକସଭା ଆସନରେ ସଂରକ୍ଷିତ କରିବା କଥା କହୁଛନ୍ତି । ଲୋକସଂଖ୍ୟା ଦୃଷ୍ଟିରୁ ଦକ୍ଷିଣ ରାଜ୍ୟ ସମୁହରେ ଆସନ ସଂଖ୍ୟା କମୁଛି । ଆସାମ ଓ ଜମ୍ମୁକାଶ୍ମୀର ରେ ଯେଉଁଠି ବିଜେପିର ଭୋଟ ନାହିଁ ସେଠାରେ ଆସନ ସଂଖ୍ୟା ସୀମିତ ରହିଛି । ମହିଳା ସଂରକ୍ଷଣ ନାମରେ ବିଜେପି ସରକାର ଅପପ୍ରଚାର ଚଳେଇଛି ।
ପ୍ରକୃତରେ ନାରୀଶକ୍ତିକୁ କଂଗେସ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛି । ମହିଳା ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜ୍ୟପାଳ,ମୁଖ୍ୟମନ୍ତ୍ରୀରୁ ପଚାଂୟତ ସରପଚଂ ପର୍ଯ୍ୟନ୍ତ କଂଗେସର ଅବଦାନ । ପଚାଂୟତୀରାଜରେ ରାଜ୍ୟରେ ସଂରକ୍ଷଣ ଦେଇ ନାରୀ ସଶକ୍ତିକରଣ ହେଉଛି ଏହାର ପ୍ରକୃଷ୍ଠ ଉଦାହରଣ କିନ୍ତୁ ବିଲ କାଟ ଖାଇଲାପରେ ପ୍ରଧାନମନ୍ତ୍ରୀ ମୋଦୀ ମିଥ୍ୟାକଥା କହି ୨୯ ମିନିଟର ଭାଷଣରେ କଂଗେସ ଦଳର ନାମ ୫୯ ଓ ଟିଏମସି ର ୧୦ଥର ନେଇ ଦୋଷରୋପ କରିଛନ୍ତି ଯାହା ପ୍ରଧାନମନ୍ତ୍ରୀଙ୍କ ଅସହାୟତା ଓ ଦୁର୍ବଳତା ସୂଚାଉଛି । ରାଜ୍ୟମାନଙ୍କରେ ନିର୍ବାଚନ ଚାଲୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ଏତାଦୃଶ୍ୟ କଥନକୁ ଜାତୀୟ ନିର୍ବାଚନ କମିଶନ ଦୃଷ୍ଟିରେ ନେଇଛନ୍ତି କି? ଦେଶରେ ବିଭିନ୍ନ ଭୟଙ୍କର ଘଟଣା ଘଟିଗଲା ମଣିପୁର ଘଟଣା ଘଟିଲା କିନ୍ତୁ ପ୍ରଧାନମନ୍ତ୍ରୀ ମୁହଁ ଖୋଲିପାରିଲେ ନାହିଁ । ମୋଦୀଙ୍କ ୧୨ ବର୍ଷ ଶାସନରେ ଏହା ତାଙ୍କ ପ୍ରଥମ ପରାଜୟ ଏଥିପାଇଁ ସେ ବିଚଳିତ । ଯଦି ସେ ମହିଳାଙ୍କୁ ସଂରକ୍ଷଣ ଦେବାକୁ ଚାହୁଁଛନ୍ତି ତେବେ ବର୍ତମାନର ୫୪୩ ଆସନ ସଂଖ୍ୟାରୁ ୧୮୧ ଆସନ ସଂରକ୍ଷିତ କରନ୍ତୁ ଆମେ ବିରୋଧୀ ଦଳ ସର୍ତବିହୀନ ସମର୍ଥନ ଦେବାକୁ ରାଜିଅଛୁ । ମୋଦୀଙ୍କ ଅଧଃପତନ ଆରମ୍ଭ ହେଲା । ଦେଶର ମହିଳା ମୁର୍ଖ ନୁହଁନ୍ତି । ଚାଲିଥିବା ନିର୍ବାଚନରେ ମହିଳା ଏହାର ଉପଯୁକ୍ତ ଜବାବ ଦେବେ । ଏହା ମହିଳା ଆରକ୍ଷଣ ବିଲ ନଥିଲା ପ୍ରକୃତରେ ସମ୍ବିଧାନ ସଂଶୋଧନ ବିଲ ଥିଲା । ବିଜେପି ସରକାରର ମହିଳା ବିରୋଧୀ ଓ ମିଥ୍ୟା ଅପପ୍ରଚାର ବିରୋଧରେ କଂଗ୍ରେସ ନେତ୍ରୀ ପ୍ରୀୟଙ୍କା ଗାନ୍ଧିଙ୍କ ନେତୃତ୍ୱରେ ମହିଳା ସାଂସଦଗଣଙ୍କ ଠାରୁ ଆରମ୍ଭ କରି ତୃଣମୂଳ ମହିଳା କର୍ମକର୍ତାଙ୍କ ପର୍ଯ୍ୟନ୍ତ ପ୍ରତିବାଦ ସଭା ଗୁଡିକ ଆଗାମୀ ଦିନରେ କରାଯିବାର ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ଉଲାକା ପ୍ରକାଶ କରିଥିଲେ ।
ସାମ୍ବାଦିକ ସମ୍ମଳନୀରେ ଉପସ୍ଥିତ ଥିବା ବରିଷ୍ଠ ମୁଖପାତ୍ର ସୋନାଲି ସାହୁ ଓ ମୁଖପାତ୍ର ଡ.ମନିଷା ଦାସ ପଟ୍ଟନାୟକ ମୋଦୀ ସରକାରକୁ କଟୁ ସମାଲୋଚନା କରି କହିଲେ , ଚାଇନାକା ମାଲ ଓ ମୋଦୀକା ଚାଲ ସମାନକଥା । କହୁଛନ୍ତି ୫୬ଇଚଂ ର ଛାତି କିନ୍ତୁ ଛେଳି ଭଳିଆ କଲିଜା ଆମର ଦରକାର ନାହିଁ । ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ପଚାଂୟତୀ ରାଜରେ ତୃଣମୂଳ ସ୍ତରରେ କଂଗ୍ରେସ ମହିଳା ସଂରକ୍ଷଣ ଦେଇଥିଲା । ବିଜେପି ସରକାର ମିଛ କହିବାର ସୀମା ଉଲଘଂନ କରିଛନ୍ତି । ମହିଳା ସଂରକ୍ଷଣ ବିଲ ଆଢୁଆଳରେ ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ ପାରିତ କରିବା ଉଦ୍ଦେଶ୍ୟ ଥିଲା । ଯାହା ଲୋକସଭାରେ ପ୍ରତ୍ୟାକ୍ଷାନ ହୋଇଗଲା । ନାରୀ ନିର୍ଯାତନାର ଏହି ସରକାରକୁ ମୂଳରୁ ଓପାଡି ନଫିଙ୍ଗିଲା ପର୍ଯ୍ୟନ୍ତ ଦେଶର ନାରୀ ଶାନ୍ତିରେ ରହିପାରିବା ଅସମ୍ଭବ ବୋଲି ମତପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ସହ ମୁଖପାତ୍ର ଆଇନଜିବୀ ଜୟଶ୍ରୀ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।










