18.1 C
Bhubaneswar
Wednesday, January 8, 2025
Homeଓଡିଶାଆଜି ଠାରୁ ସ୍ୱାଭାବିକ ହୋଇପାରେ ବିଧାନସଭା

ଆଜି ଠାରୁ ସ୍ୱାଭାବିକ ହୋଇପାରେ ବିଧାନସଭା

ଭୁବନେଶ୍ୱର : ୬ ଦିନର ଅଚଳ ଅବସ୍ଥା ପରେ ଆଜିଠାରୁ ବିଧାନସଭା ସ୍ୱାଭାବିକ ହୋଇପାରେ । ବିଧାନସଭା ଅଚଳ ପ୍ରସଙ୍ଗରେ ଗୁରୁବାର ବସିଥିବା ସର୍ବଦଳୀୟ ବୈଠକ ପରେ ଆଜି ଠାରୁ ଗୃହ ସ୍ୱାଭାବିକ ହେବା ଅନୁମାନ କରାଯାଉଛି । ଆଜି ଦିନ ୧୧ .୩୦ଟା ବେଳେ ଧାନ କିଣାର ନେଇ ଗୃହରେ ଉତ୍ତର ରଖିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପତାପ ସ୍ୱାଇଁ । ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯୋଗଣ ମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟ ରଖିବେ । ଗତକାଲି ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଏହି ସୂଚନା ଦେଇଥିଲେ । ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ ସ୍ୱାଧିକାର କମିଟିକୁ ଯିବ ଏବଂ ସରକାରୀ ଦଳ ଆଣୁଥିବା ଅଭିଯୋଗ ଗୃହରେ ଉପସ୍ଥାପନ ହେବ ନାହିଁ ବୋଲିସ ବାଚସ୍ପତି କହିଛନ୍ତି ।

ଏହାସହ ସୁବାସ ପାଣୀଗ୍ରାହୀଙ୍କ ପ୍ରସଙ୍ଗରେ ସ୍ୱାଧିକାର କମିଟି ଗଠନ କରାଯିବ । ଏନେଇ ଆଜି ବିଧାନସଭାରେ ଘୋଷଣା ହେବ । ଏହି କମିଟି ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କ ପ୍ରସଙ୍ଗରେ ବିଚାର କଲାପରେ ମତାମତ ଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking