34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମହାରାଷ୍ଟ୍ରରେ ପୁଣି କୋରନା ଭୟ

ମହାରାଷ୍ଟ୍ରରେ ପୁଣି କୋରନା ଭୟ

ମୁମ୍ବାଇ : ଦେଶରେ କୋରନା ଆକ୍ରନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବା ସହ ମହାରାଷ୍ଟ୍ରରେ ମଧ୍ୟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ସବୁଠାରୁ ଅଧିକ କୋରାନା ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୫ ହଜାର ୮୩୩ କୋରନା ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ଏହା ସହ ୫୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ହୋଇଛି । ତେବେ ୨ ଦିନ ତଳେ ଏଠାରେ ୨୩ ହଜାର କୋରନା ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ମୁମ୍ବାଇ , ପୁନେ ଓ ଔରଙ୍ଗାବାଦ ଭଳି ସହର ଗୁଡିକରେ ସ୍ଥି୍‌ିତି ସବୁଠାରୁ ଅଧିକ ବିଗିଡିଛି । ଏଠାରେ ଟେଷ୍ଟିଂ, ଟ୍ରାକିଂକୁ ବଢାଯାଇଛି ।

ମହାରାଷ୍ଟ୍ରରେ କୋରନା ଆକ୍ରାନ୍ତ ବଢିବା ପରେ ଦେଶର ଏପିସେଣ୍ଟର ପାଲଟିଛି ମହାରାଷ୍ଟ୍ର । ଏହାସହ ପୁନେ ଓ ଅନ୍ୟ କେତେକ ଜିଲ୍ଲାରେ ଲକଡାଉନ ଓ ନାଇଟ କଫ୍ରୁ୍ୟ ଜାରି କରାଯାଇଛି । ତେବେ ଏହି କଟକଣାକୁ ଅଧିକ କଡାକଡି ମଧ୍ୟ କରାଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking