30.1 C
Bhubaneswar
Saturday, May 18, 2024
Homeଖେଳଭାରତର ପେସ ଆଟାକକୁ ସାମନା କରି ପାରିଲାନି କିୱି ଦଳ; ବହୁ କଷ୍ଟରେ ୧୦୯ ଟାର୍ଗେଟ

ଭାରତର ପେସ ଆଟାକକୁ ସାମନା କରି ପାରିଲାନି କିୱି ଦଳ; ବହୁ କଷ୍ଟରେ ୧୦୯ ଟାର୍ଗେଟ

ରାୟପୁର: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ବୋଲର ଦେଖାଇଛନ୍ତି କମାଲ । ନ୍ୟୁଜିଲାଣ୍ଡ ଦଳକୁ ବଡ ସ୍କୋର କରିବା ତ ଦୂରର କଥା ପଡିଆରେ ତିଷ୍ଠିବାକୁ ଦେଇନି ଇଣ୍ଡିଆନ ପେସ ଆଟାକ । ମହମ୍ମଦ ଶାମୀ ଏବଂ ମହମ୍ମଦ ସିରାଜ ଏହି ସିଲସିଲା ଆରମ୍ଭ କରିଥିବା ବେଳେ ପରେ ଶାର୍ଦ୍ଦୁଳ ଠାକୁର ଏବଂ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଆଜିର ମ୍ୟାଚରେ ଭାରତର ୬ ଜଣ ବୋଲର ବୋଲିଂ କରିଥିଲେ । ତେବେ ଦଳର ସମସ୍ତ ବୋଲର ସଫଳତା ପାଇଛନ୍ତି । ଫଳରେ ଟିମ ଇଣ୍ଡିଆକୁ ମାତ୍ର ୧୦୯ ରନର ଏକ ଛୋଟ ଲକ୍ଷ୍ୟ ମିଳିଛି ।

ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଏହି ନିଷ୍ପତ୍ତି ତାଙ୍କର ଏକଦମ ଠିକ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଦଳର ବୋଲର । ପ୍ରଥମ ଓଭରରେ ହିଁ ଶାମୀ କିୱି ଦଳର ଓପନର ଫିନ ଆଲେନଙ୍କୁ ପାଭିଲିୟପ ପଠାଇଥିଲେ । ଏହାପରେ କୌଣସି ବ୍ୟାଟ୍ସମ୍ୟାନ ମଇଦାନରେ ବେଶୀ ସମୟ ତିଷ୍ଠି ପାରି ନଥିଲେ । ଭାରତ ପକ୍ଷରୁ ମହମ୍ମଦ ଶାମୀ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୬ ଓଭରରୁ ୩ ଓଭର ମେଡେନ ନେବା ସହ ୨ଟି ଶିକାର କରିବାରେ ସଫଳ ହୋଇଛନ୍ତି । ତାଙ୍କ ବ୍ୟତୀତ ୩ ଓଭରରୁ ଗୋଟିଏ ଓଭର ମେଡେନ ନେଇ ୨ଟି ୱିକେଟ ନେଇଛନ୍ତି ସାଥୀ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର । ତେବେ ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ଏବଂ କୁଳଦୀପ ଯାଦବ ପ୍ରତ୍ୟେକ ଗୋଟିଏ ଲେଖାଏଁ ସଫଳତା ନିଜ ନାମରେ କରିଛନ୍ତି ।

ନ୍ୟୁଜିଲାଣ୍ଡ ଦଳ ପ୍ରଥମରୁ ହିଁ ୱିକେଟ ହରାଇ ଚାଲିଥିଲା । ତେବେ ଦଳ ତରଫରୁ ଗ୍ଲେନ ଫିଲିପ୍ସ ସର୍ବାଧିକ ୩୬ ରନ ସଂଗ୍ରହ କରିଥିଲେ । ତାଙ୍କ ବ୍ୟତୀତ ମିଚେଲ ସାଣ୍ଟନର ୨୭ ଏବଂ ମାଇକେଲ ବ୍ରେସୱେଲ ୨୨ ରନ କରିପାରିଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି କେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନାହାନ୍ତି । ବଡ ପାର୍ଟନରସିପ କରିବାରେ ବିଫଳ ହୋଇଥିବାରୁ ବଡ ଟାର୍ଗେଟ ମଧ୍ୟ ଦେଇ ପାରିନି ନ୍ୟୁଜିଲାଣ୍ଡ । ଭାରତକୁ ବିଜୟ ପାଇଁ ନ୍ୟୁଜିଲାଣ୍ଡ ମାତ୍ର ୧୦୯ ରନର ଏକ ସହଜ ଲକ୍ଷ୍ୟ ଦେଇଛି । ଯାହା ଭାରତର ବ୍ୟାଟିଂ ଲାଇନ ଅପ୍ ଆଗରେ ଖୁବ ଛୋଟ ଏବଂ ଅତି ସହଜ ବୋଲି ମନେ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking