34.1 C
Bhubaneswar
Wednesday, May 1, 2024
Homeଅପରାଧରକ୍ଷକ ସାଜିଲା ଭକ୍ଷକ; ଦୁଇ ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲା ସଇତାନ ବାପା

ରକ୍ଷକ ସାଜିଲା ଭକ୍ଷକ; ଦୁଇ ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲା ସଇତାନ ବାପା

ପାଟନା: ବାପା ସାଜିଲା ସୈତାନ । ଜନ୍ମଦାତା ହୋଇ କଲା ଘୃଣ କାର୍ଯ୍ୟ । ଯେଉଁଠି ନିଜ ଝିଅକୁ ଭୁଲ ଠିକର ପାର୍ଥକ୍ୟ ବୁଝାଇବା, ସଇତାନଙ୍କଠୁ ରକ୍ଷା କରିବା କଥା ସେଠି ନିଜେ କଲା ଚରିତ୍ର ସଂହାର । ବିହାର ବାଙ୍କା ଜିଲ୍ଲାରେ ଜଣେ ବାପା ନିଜର ଦୁଇ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପିତା ଗତ ୪ରୁ ୫ ବର୍ଷ ଧରି ନିଜ ଦୁଇ ଝିଅଙ୍କ ଚରିତ୍ର ସଂହାର କରୁଥିବା ଅଭିଯୋଗ ହୋଇଛି । ପୋଲିସ ସୋମବାର ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ ବାଙ୍କା ରଜୌନ ଥାନା ଅଧିନସ୍ଥ ଏକ ଗାଁରେ ଏପରି ଘୃଣ୍ୟକାଣ୍ଡ ଭିଆଇଛି ଅଭିଯୁକ୍ତ । ପିତାର ଏହି ଘୃଣକାର୍ଯ୍ୟରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ସାମିଲ ଥିଲା । କୈଳାଶ ସତ୍ୟାର୍ଥୀ ଚାଇଲ୍ଡ ଫାଉଣ୍ଡେସନର ସହଯୋଗୀ ସଂସ୍ଥା ମୁକ୍ତ ନିକେତନକୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଜଣେ ପିତା ଗତ ୪ରୁ ୫ ବର୍ଷ ଧରି ନିଜ ଦୁଇ ଝିଅଙ୍କୁ ଦୁଷ୍କର୍ମ କରୁଥିବା ନେଇ ଚାଇଲ୍ଡ ଲାଇନ ଜାଣିବାକୁ ପାଇଥିଲା । ଏହାପରେ ରଜୌନ ଥାନା ଅଧିନସ୍ଥ ଏହି ସଂସ୍ଥାର ଜିଲ୍ଲା ସମନ୍ୱୟକ ମନୋଜ କୁମାର ବାଙ୍କା ମୁଖ୍ୟାଳୟର ଡିଏସପି ବିନୋଦ କୁମାରଙ୍କୁ ସୂଚନା ଦେଇଥିଲେ । ବିରୋଧ କରିଥିଲା ପୀଡ଼ିତାଙ୍କ ମାଆ:- ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଗତକାଲି ପୋଲିସ ଉକ୍ତ ଗାଁରେ ପହଞ୍ଚି ନାଟକୀୟ ଢଙ୍ଗରେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଏ ନେଇ ମନୋଜ କୁମାର କହିଛନ୍ତି, ଦୁଇ ନାବାଳିକାଙ୍କ ବୟସ ୧୬ରୁ ୧୭ ବର୍ଷ ହେବ । ଉଭୟଙ୍କ କହିବାନୁସାରେ ତାର ପିତା ୪ରୁ ୫ ବର୍ଷ ଧରି ଦୁଷ୍କର୍ମ କରୁଥିଲା ।

ଏଥିରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ସାମିଲ ଥିଲା । ଯେତେବେଳେ ପୀଡ଼ିତାଙ୍କ ମାଆ ଏହାକୁ ବିରୋଧ କରିଥିଲେ, ସେତେବେଳେ ପିତା ଓ ତାର ସହଯୋଗୀ ତାକୁ ମାରପିଟ କରି ଘରୁ ବିଦା କରିଦେଇଥିଲେ । ଏହି ଘଟଣାରେ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ପିତା ୨୦୨୧ରୁ ଜୋରଜବରଦସ୍ତ ଦୁଷ୍କର୍ମ କରିଆସୁଛି । ଜଣେ ନାବାଳିକା ଝିଅ ଗର୍ଭବତୀ ହୋଇଥିବା ବେଳେ ରଜୌନର ଏକ ଘରୋଇ ହସ୍ପିଟାଲରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏହାପରେ ଅଭିଯୁକ୍ତ ଗାଁର ଜଣେ ଆଶା କର୍ମୀଙ୍କୁ ବିକ୍ରି କରିଦେଇଥିଲା । ପୀଡ଼ିତା ଜଣକ କହିଛନ୍ତି, ୩ ମାସ ପରେ ମୋର ବଡ଼ ଭଉଣୀକୁ ଦୁଷ୍କର୍ମ କରାଯାଇଥିଲା । ସେ ମଧ୍ୟ ଗର୍ଭବତୀ ହୋଇଥିଲା । ସେ ଚଳିତ ବର୍ଷ ଏକ ଶିଶୁକୁ ଜନ୍ମ ଦେଇଛି । ରଜୌନ ଥାନା ଅଧିକାରୀ ଚନ୍ଦ୍ରଦୀପ କୁମାରଙ୍କ କହିବାନୁସାରେ ଅଭିଯୁକ୍ତ ପିତାକୁ ଗିରଫ କରାଯାଇଛି । ମାମଲାକୁ ଗମ୍ଭୀରତାର ସହ ନେଇ ପୀଡ଼ିତା ଓ ତାର ପିତାକୁ ପଚରାଉଚରା କରାଯାଉଛି । ମାମଲା ରୁଜୁ ହେବା ପରେ କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking