26.1 C
Bhubaneswar
Friday, October 11, 2024
Homeଦେଶ ବିଦେଶ୧୫ ହଜାର ଭାରତୀୟଙ୍କୁ ନିଯୁକ୍ତି ଦେବେ ଇସ୍ରାଏଲ ସରକାର

୧୫ ହଜାର ଭାରତୀୟଙ୍କୁ ନିଯୁକ୍ତି ଦେବେ ଇସ୍ରାଏଲ ସରକାର

ନୂଆଦିଲ୍ଲୀ: ଇସ୍ରାଏଲରେ ୧୦,୦୦୦ କନଷ୍ଟ୍ରକ୍ସନ କର୍ମଚାରୀ ଏବଂ ୫,୦୦୦ ସ୍ୱାସ୍ଥ୍ୟ ସେବା କର୍ମୀ ଆବଶ୍ୟକ । ଆଉ ଏଥିପାଇଁ ଆଗାମୀ ସପ୍ତାହରେ ଇସ୍ରାଏଲ ଟିମ୍ ଭାରତ ଗସ୍ତ କରିବ । କନଷ୍ଟ୍ରକ୍ସନ କର୍ମଚାରୀ ଭର୍ତ୍ତି ପାଇଁ ଇସ୍ରାଏଲ ଟିମ୍ ମହାରାଷ୍ଟ୍ର ଆସିବ । ଇସ୍ରାଏଲ ସରକାର ବର୍ଡର ଅଥରିଟି ମାଧ୍ୟମରେ ୪ଟି ବିଶେଷ ଭୂମିକା ନିର୍ବାହ କରିପାରୁଥିବା କର୍ମଚାରୀ ଦାବି କରିଛନ୍ତି । ଫ୍ରେମୱାର୍କ, ଆଇରନ ୱେଲିଡିଂ, ପ୍ଲାଷ୍ଟିଂ ଏବଂ ସେରାମିକ ଷ୍ଟାଇଲିଂ । ଇସ୍ରାଏଲ କମ୍ପାନୀ ଭାରତ ଗସ୍ତ କରି ଏଭଳି ଭୂମିକା ପାଇଁ ମାନଦଣ୍ଡ ଏବଂ ଯୋଗ୍ୟତା ଅନୁସାରେ ଶ୍ରମିକଙ୍କ ଚୟନ କରାଯିବ । ସ୍ୱାସ୍ଥ୍ୟ ସେବାକୁ ଉନ୍ନତ କରିବା ପାଇଁ ୫,୦୦୦ କର୍ମଚାରୀଙ୍କ ଆବଶ୍ୟକତା ରହିଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ସର୍ବନିମ୍ନ ୧୦ ମ୍ ପାସ୍ କରିବା ଜରୁରୀ । ଏହାସହିତ ଅତିକମରେ ୯୯୦ ଘଣ୍ଟା ଅନ୍ ଦ ଜବ ଟ୍ରେନିଂ ସହିତ ଦେଖାଶୁଣା କୋର୍ସ ପୁରା କରିଥିବା ଜରୁରୀ । ଚୟନିତ ପ୍ରାର୍ଥୀ ଇସ୍ରାଏଲ ଦ୍ୱାରା ମେଡିକାଲ ବୀମା, ଖାଇବା, ରହିବା ପାଇଁ ଘର ଏବଂ ୧.୯୨ ଲକ୍ଷ ଦରମା ପ୍ରତି ମାସକୁ ମିଳିବ ।

ଏହାଛଡା ଅତିରିକ୍ତ ଭାବେ ୧୬,୫୧୫ ଟଙ୍କା ବୋନସ ମଧ୍ୟ ମିଳିବ । ନିର୍ମାଣ ଶ୍ରମିକ ଭର୍ତ୍ତି ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬,୮୩୨ ପ୍ରାର୍ଥୀ ଟ୍ରେଡ ସ୍କିଲ ଟେଷ୍ଟ ଦେଇଥିଲେ, ଏଥିରୁ ୧୦,୩୪୯ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି । ଏହି ଅଭିଯାନ ଉତ୍ତରପ୍ରଦେଶ, ହରିୟାଣା ଏବଂ ତେଲଙ୍ଗାନାରେ ଆୟୋଜିତ ହୋଇଥିଲା । ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ ନଭେମ୍ବର ୨୦୨୩ରେ ସରକାର ଓ ସରକାରଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ଇସ୍ରାଏଲ କହିଥିଲା କି, ଚୟନିତ ସମସ୍ତ ପ୍ରାର୍ଥୀ ଭାରତରୁ ଇସ୍ରାଏଲ ଯିବା ପୂର୍ବରୁ ଜରୁରୀ ଓରିଏଣ୍ଟେସନ ଟ୍ରେନିଂ ଦେବାକୁ ହେବ । ଏଥିରେ ଇସ୍ରାଏଲ ସଂସ୍କୃତି, ଜୀବନଶୈଳୀ ଏବଂ ନୂଆ ସ୍ଥାନରେ ଅନୁକୂଳ ହେବା ଏକ ମାନୁଆଲ ସାମିଲ ରହିଛି । ଭାରତ ଓ ଇସ୍ରାଏଲ ମଧ୍ୟରେ ୨୦୨୩ରେ ଭାରତୀୟଙ୍କୁ ଅସ୍ଥାୟୀ ରୋଜଗାର ପାଇଁ ଏକ ଫ୍ରେମୱାର୍କ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ କର୍ପୋରେସନ ଜରିଆରେ ପ୍ରତିଭାଶାଳୀ ଏବଂ କୁଶଳ ବ୍ୟକ୍ତିଙ୍କୁ ଆବଶ୍ୟକ ଟ୍ରେନିଂ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking