34.8 C
Bhubaneswar
Wednesday, June 10, 2026
Homeଓଡିଶାଉତ୍କଳିକା’ପକ୍ଷରୁ ଭୁବନେଶ୍ୱରସ୍ଥିତ ଡିଏନ୍ ରେଗାଲିଆ ମଲ୍‌ରେ ଏକ ନୂତନ ପ୍ରଦର୍ଶନୀ ଷ୍ଟଲ୍‌ର ଶୁଭ ଉଦ୍‌ଘାଟନ

ଉତ୍କଳିକା’ପକ୍ଷରୁ ଭୁବନେଶ୍ୱରସ୍ଥିତ ଡିଏନ୍ ରେଗାଲିଆ ମଲ୍‌ରେ ଏକ ନୂତନ ପ୍ରଦର୍ଶନୀ ଷ୍ଟଲ୍‌ର ଶୁଭ ଉଦ୍‌ଘାଟନ

ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ‘ଉତ୍କଳିକା’ ପକ୍ଷରୁ ଭୁବନେଶ୍ୱରସ୍ଥିତ ଡିଏନ୍ ରେଗାଲିଆ ମଲ୍‌ରେ ଏକ ନୂତନ ପ୍ରଦର୍ଶନୀ ଷ୍ଟଲ୍‌ର ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି। ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଏବଂ ଉପସଭାପତି ଦ୍ୱାରା ଏହି ପ୍ରଦର୍ଶନୀ ଷ୍ଟଲ୍‌ର ଉଦ୍‌ଘାଟନ କରାଯାଇଥିଲା। ଏହି ପ୍ରଦର୍ଶନୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ କାରିଗରମାନଙ୍କ ଅନନ୍ୟ କଳାକୌଶଳର ପରିଚୟ ବହନ କରୁଥିବା ପ୍ରାମାଣିକ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ସ୍ୱତନ୍ତ୍ର ସଂଗ୍ରହ ପ୍ରଦର୍ଶିତ ହେଉଛି। ଏହି ପ୍ରଦର୍ଶନୀ ଆସନ୍ତା ୧୬ ଜୁଲାଇ ୨୦୨୬ (ରଥଯାତ୍ରା) ପର୍ଯ୍ୟନ୍ତ ଚାଲିବ। ରଜ ଓ ରଥଯାତ୍ରା ଅବସରରେ ଗ୍ରାହକମାନଙ୍କ ପାଇଁ ହସ୍ତତନ୍ତ ସାମଗ୍ରୀ ଉପରେ ୨୦% + ୧୦% ଏବଂ ହସ୍ତଶିଳ୍ପ ସାମଗ୍ରୀ ଉପରେ ୧୦% ସ୍ୱତନ୍ତ୍ର ରିହାତି ସୁବିଧା ଉପଲବ୍ଧ କରାଯାଇଛି। ଉତ୍କଳିକା ପକ୍ଷରୁ ସମସ୍ତ ଗ୍ରାହକ, କଳାପ୍ରେମୀ ଓ ଶୁଭେଚ୍ଛୁମାନଙ୍କୁ ଡିଏନ୍ ରେଗାଲିଆ ମଲ୍‌ସ୍ଥିତ ଏହି ପ୍ରଦର୍ଶନୀ ପରିଦର୍ଶନ କରି ଓଡ଼ିଶାର କାଳଜୟୀ ହସ୍ତତନ୍ତ ଓ ହସ୍ତଶିଳ୍ପର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆହ୍ୱାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking