24.1 C
Bhubaneswar
Friday, February 23, 2024
Homeଅପରାଧପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ମୋହନା: ପାରିବାରିକ କଳହରୁ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗାଁରେ । ମୃତକ ଜଣକ ହେଲେ ସେହି ଗାଁର ସୁକାନ୍ତି ନାୟକ । ଶନିବାର ରାତିରେ ସ୍ୱାମୀ ଭଗବାନ ନାୟକ ଘରକୁ ନିଶାସକ୍ତ ଅବସ୍ଥାରେ ଆସି କୌଣସି କାରଣରୁ ପତ୍ନୀ ସହ କଳହ କରିଥିଲା । ସେଥିରେ ଉତ୍‌କ୍ଷିପ୍ତ ହୋଇ ପତ୍ନୀ ସୁକାନ୍ତିଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ସେ ଅଚେତ ହୋଇପଡିଲେ । ତଥାପି ନୃଶଂସ ସ୍ୱାମୀ ତାଙ୍କୁ ଛାଡି ନଥିଲା । ପାଣି ପକାଇ ଚେତା ଫେରିବା ପରେ ପୁଣି ମାଡ଼ ମାରିଥିଲା । ଶେଷରେ ଘର ସାମ୍ନାରେ ଥିବା ପଥରରେ ଛେଚି ହତ୍ୟା କରିଥିଲା। ସୁକାନ୍ତିଙ୍କ ଭାଇ ବାବୁଲା ଜାନୀ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ଭଗବାନକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଆଗରୁ ବିଭିନ୍ନ ଛୋଟ ଘଟଣାକୁ ନେଇ ପରିବାର ମଧ୍ୟରେ ବାରମ୍ବାର କଳହ ଲାଗି ରହୁଥିବା ପଡୋଶୀ କହିଛନ୍ତି । ଘଟଣା ସ୍ଥଳରେ ରା. ଉଦୟଗିରି ଏସଡିପିଓ ପହଞ୍ଚି ତଦନ୍ତ କରିବା ସହ ଘଟଣାସ୍ଥଳରୁ ରକ୍ତ ଭିଜା ମାଟି ଓ ଲୁଗା ଜବତ କରି ମୃତଦେହକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି। ଅଭିଯୁକ୍ତ ସ୍ୱାମୀର ୩ଟି ପୁଅ ଓ ଗୋଟିଏ ଝିଅ ଅଛି । ବଡ ଝିଅ ୪ବର୍ଷ, ତିନୋଟି ପୁଅ ଜଣେ ୩ ବର୍ଷ, ଜଣେ ୨ବର୍ଷ ଏବଂ ଆଉ ଏକ ୩ ମାସର ଶିଶୁ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking