29.1 C
Bhubaneswar
Thursday, May 29, 2025
Homeଦେଶ ବିଦେଶଚୋରଣି ବୋହୂର ଭୟଙ୍କର କାରନାମା

ଚୋରଣି ବୋହୂର ଭୟଙ୍କର କାରନାମା

ନୂଆଦିଲ୍ଲୀ: ଆପଣ ଅନେକ ଚୋରି ଖବର ଶୁଣିଥିବେ । କିନ୍ତୁ ରାଜଧାନୀ ଭୋପାଳର କ୍ରାଇମ ବ୍ରାଞ୍ଚ ପୋଲିସ ଏକ ଏମିତି ଚୋରଣୀ ବୋହୁକୁ ଗିରଫ କରିଛି ଯାହା କାରନାମା ଶୁଣି ଆପଣ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯିବେ। ଯେଉଁ ମାମଲା କି ଏବେ ବିଭିନ୍ନ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଚୋରଣୀ ବୋହୂ କେବଳ ଲୁଟ କରୁନଥିଲା । ୩୨ ବର୍ଷ ବୟସରେ ସେ ଗୋଟିଏ ନୁହଁ ଦୁଇଟି ନୁହଁ ୧୫ ଟି ବର ସହ ବିବାହ ମଧ୍ୟ କରିଥିଲା । ଆଉ ଚୋରି ଏତେ ମାତ୍ରାରେ ପାରଙ୍ଗମ ଥିଲା କି ଚତୁର୍ଥୀ ରାତିରେ ସ୍ୱାମୀକୁ ଦାମୀ ଉପହାର ମାଗି, ସେହି ରାତିରେ ଶାଶୁଘରେ କଳାକନା ବୁଲାଇ ଛୁ ମାରୁଥିଲା ।

ତେବେ ଏହି ଚୋରଣୀ ବୋହୁର ପ୍ରକୃତ ନାମ ହେଉଛି ସୀମା ଖାନ ଯିଏ ଭୋପାଳରେ ତାଙ୍କ ଅସଲ ସ୍ୱାମୀ ଅଲତାଫ ଖାନଙ୍କ ସହ ରୁହନ୍ତି । ତାଙ୍କର ୪ଟି ଛୁଆ ମଧ୍ୟ ଅଛନ୍ତି, କିନ୍ତୁ ସେ ନିଜକୁ ଅବିବାହିତା ବୋଲି ପରିଚୟ ଦେଉଥିଲେ । ସୀମାଙ୍କୁ ମାତ୍ର ୩୨ ବର୍ଷ ବୟସ, କିନ୍ତୁ ସେ ବର୍ତ୍ତମାନ ପର୍ୟ୍ୟନ୍ତ ୧୫ଟି ଭିନ୍ନ ଭିନ୍ନ ବରଙ୍କୁ ବିବାହ କରି ସାରିଛନ୍ତି ।ପଚରାଉଚରା ବେଳେ ସୀମା ଖାନ କହିଛନ୍ତି ଯେ, ସେ ଏହି ଡକାୟତି ଗ୍ୟାଙ୍ଗର ଏକୁଟିଆ ମେମ୍ବର ନୁହଁନ୍ତି। ମୋ ବ୍ୟତୀତ ଏହି ଗ୍ୟାଙ୍ଗରେ ଅନେକ ଝିଅ ଏବଂ ମହିଳା ଅଛନ୍ତି । ତେବେ ଏହି ଗ୍ୟାଙ୍ଗର ମୁଖ୍ୟ କାର୍ପଟଦାର ହେଉଛି ଦୀନେଶ ପାଣ୍ଡେ, ଯିଏ କି ବିବାହିତା ମହିଳାଙ୍କୁ ଅବିବାହିତ ଜଣାଇ ତାଙ୍କୁ ଦୀର୍ଘ ବର୍ଷ ଧରି ବାହାଘର ହୋଇ ପାରୁନଥିବା ପୁଅଙ୍କ ସହ ବିବାହ କରାଇ ଦେଉଥିଲେ। ଏବଂ ଏହି କାମ ପାଇଁ ଦୀନେଶ ବର ପକ୍ଷଙ୍କ ଠାରୁ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଥିଲା ।

ସେହିଭଳି ପ୍ଲାନ ଅନୁଯାୟୀ ଏହି କାର୍ୟ୍ୟରେ, ସମଗ୍ର ଗ୍ୟାଙ୍ଗ ମେମ୍ବର କନ୍ୟାର ସମ୍ପର୍କୀୟ ଭାବେ ମିଛ ଅଭିନୟ କରିବା ସହ ସଂପୂର୍ଣ୍ଣ ରୀତିନୀତି ଅନୁଯାୟୀ ବିବାହ ହୋଇଥାଏ । ଏବଂ ବିବାହ ପରେ ଚତୁର୍ଥୀ ରାତିରେ ସ୍ୱାମୀ ସହିତ ପୁରା ପରିବାରକୁ ନିଶା ଦ୍ରବ୍ୟ ଦେଇ ବେହୋସ କରିବା ପରେ ଶାଶୁଘରେ କଳାକନା ବୁଲାଇ ଚମ୍ପଟ ମାରୁଥିଲେ ଏହି ଚୋରଣୀ ବୋହୂ । ତେବେ ପ୍ରତି ବାହାଘର ପିଛା ସୀମାଙ୍କୁ ୩୫ ହଜାର ଟଙ୍କା ମିଳୁଥିଲା । ଟଙ୍କା ଲୋଭରେ ସେ ଏହି ଡକାୟତି ଗ୍ୟାଙ୍ଗରେ ପ୍ରବେଶ କରିଥିବା ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking