34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆମେରିକାରେ କରୋନାର ନୂଆ ଲହର, ୨୪ ଘଣ୍ଟାରେ ୧ ଲକ୍ଷ ସଂକ୍ରମିତ ଚିହ୍ନଟ

ଆମେରିକାରେ କରୋନାର ନୂଆ ଲହର, ୨୪ ଘଣ୍ଟାରେ ୧ ଲକ୍ଷ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : କେବଳ ଭାରତ ନୁହେଁ ଆମେରିକାରେ ମଧ୍ୟ କରୋନାର ନୂଆ ଲହର ଆରମ୍ଭ ହୋଇଗଲାଣି । ଗତ କିଛି ଦିନ ହେବ ଆମେରିକାରେ କରୋନା ସଂକ୍ରମିତ ମାମଲା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆମେରିକାରେ ୧ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି , ଆଉ ଏକ ଲହର ପାଇଁ ପ୍ରସ୍ତୁତ ରୁହ ।ସୂଚନା ଅନୁସାରେ ଆମେରିକାରେ ଗତ କିଛି ଦିନ ହେବ କରୋନା ରେ ୯୪ ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ହସ୍ପିଟାଲ ରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଶ୍ୱସ୍ତିକର କଥା ହେଉଛି କରୋନା ରେ ମୃତ୍ୟୁ ବରଣ କରୁଥିବା ରୋଗୀଙ୍କ ସଂଖ୍ୟା କିନ୍ତୁ କମ ରହିଛି । ବର୍ତ୍ତମାନ ଗୋଟିଏ ଦିନ ରେ ୩୫୦ ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ଓମିକ୍ରନ ର ଲହର ସମୟରେ ଗୋଟିଏ ଦିନରେ ୨,୬୦୦ ଜଣଙ୍କ ମୃତ୍ୟୁ ହେଉଥିଲା । କରୋନା ରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜୋ ବାଇଡେନ ଅନ୍ୟ ଏକ ମହାମାରୀ ଆସିବା ନେଇ ଚେତାବନୀ ଦେଇଛନ୍ତି । ଆମେରିକା ଦୁନିଆରେ ପ୍ରଥମ ଦେଶ ଯିଏକି ୬ ମାସର ଶିଶୁଙ୍କ ପାଇଁ ମଧ୍ୟ ଭ୍ୟାକସିନ ତିଆରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking