ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲାର ସିବିଆଇ ଏବଂ ଇଡି ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣିକୁ ସୁପ୍ରିମକୋର୍ଟ ଅକ୍ଟୋବର ୪ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।
ମାମଲା ଉପରେ ଶୁକ୍ରବାର ଶୁଣାଣି ହେବାର ଥିଲା । ମାତ୍ର ସିସୋଦିଆଙ୍କ ଓକିଲ ବରିଷ୍ଠ ଆଡ୍ଭୋକେଟ୍ ଅଭିଷେକ ମନୁ ସିଙ୍ଗ୍ଭୀ ଯୁକ୍ତି ଉପସ୍ଥାପନ ପାଇଁ ଦୁଇ-ତିନି ଘଣ୍ଟା ସମୟ ମାଗିଥିଲେ । ଏହାପରେ ମାମଲାର ଶୁଣାଣି ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।