29.1 C
Bhubaneswar
Wednesday, April 16, 2025
Homeଓଡିଶାଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର

ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର

ହରିଚନ୍ଦନପୁର : ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର। ହରିଚନ୍ଦନପୁର ବାଇପାସ୍ ରାସ୍ତାର ମୂଷଳ ନଦୀ ପୋଲ ଠାରୁ ୧୦୦ ମିଟର ଦୂରରେ ଥିବା ବୂଦା ମୂଳରୁ ଯୁବତୀଙ୍କ ମୃତଦେହ ଠାବ ହେଇଛି। ସୂଚନାନୁଯାୟୀ, ଗାଇଚରାଳିମାନେ ଯୁବତୀଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ହରିଚନ୍ଦନପୁର ପୋଲିସକୁ ଖବର ଦେଇଥିଲେ। ହରିଚନ୍ଦନପୁର ଥାନା ଅଧିକାରୀ ପ୍ରଫୁଲ୍ଲ ବାଲା, ଘଟଗାଁ ଏସଡିପିଓ ଆଲୋକ ଜେନା, କେନ୍ଦୁଝର ସାଇନଟିଫିକ ଟିମ୍ ଓ ସ୍ଥାନୀୟ ପୋଲିସ ସହାୟତାରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି। ଯୁବତୀଙ୍କ ଠିକଣା ଓ ଘଟଣା ସମ୍ବନ୍ଧରେ କୌଣସି ସଠିକ ତଥ୍ୟ ମିଳିନଥିବା ବେଳେ ତଦନ୍ତ ଚାଲୁଛି। କେହି ହତ୍ୟା ପରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking