32.1 C
Bhubaneswar
Sunday, May 12, 2024
Homeଓଡିଶାଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ଦାଦାଗିରି: ରୋଗୀଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ ଅଭିଯୋଗ

ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ଦାଦାଗିରି: ରୋଗୀଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ ଅଭିଯୋଗ

ବାଲେଶ୍ୱର : ନୀଳଗିରି ମେଡିକାଲରେ ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ଦ୍ରୌରାତ୍ମ୍ୟରେ ରୋଗୀଙ୍କ ସମ୍ପର୍କୀୟମାନେ ହଇରାଣ ହରକତ ହେଉଥିବା ବେଳେ ଏଥିପ୍ରତି ନୀଳଗିରି ଏସ୍‌ଡିଏମ୍‌ଓ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଏପରି ଏକ ଅଘଟଣ ନୀଳଗିରି ମେଡିକାଲ୍‌ରେ ଦେଖିବାକୁ ମିଳିଛି । ମେଲ୍ ୱାର୍ଡରେ ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ଦବଙ୍ଗଗିରିର ଦୃଶ୍ୟ ସାମ୍‌ନାକୁ ଆସିଛି।  ସୂଚନା ଅନୁଯାୟୀ, ନୀଳଗିରି ଥାନା ଅଧିନସ୍ଥ ସଜନାଗଡ଼ ଖରଡ଼ିହା ବିଶ୍ୱାଳସାହି ଗ୍ରାମର ଦିନ ମଜୁରିଆ ଦାମୋଦର ପ୍ରଧାନ ନିଜ ଡାହାଣ ଗୋଡ଼ରେ ଏକ ଘାଆ ହୋଇଥିଲା । ଦାମୋଦରଙ୍କଠାରେ ଅତ୍ୟଧିକ ମଧୁମେହ ଥିବା ଯୋଗୁଁ ଶେଷରେ ଘା’ଟି ନ ଶୁଖିବାରୁ କାଳକ୍ରମେ ଏହା ଅଧିକରୁ ଅଧିକ ବଢ଼ିଚାଲିଥିଲା ।

ପରଦୁଆରେ ହାତ ପାତି ନିଜର ସ୍ତ୍ରୀ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏକ ପ୍ରାଇଭେଟ୍ ଚିକିତ୍ସାଳୟରେ ଗୋଡ଼କୁ କାଟିଦେଇଥିଲେ । ଅର୍ଥାଭାବରୁ ପରିବାର ଲୋକେ ଗୋଡ଼ର ଡ୍ରେସିଂ ପାଇଁ ନୀଳଗିରି ମେଡିକାଲରେ ଆଜକୁ ଏକମାସରୁ ଉର୍ଦ୍ଧ୍ୱ ହେବ ଚିକିତ୍ସିତ କରାଇ ଆସୁଛନ୍ତି । ଦାମୋଦରଙ୍କ ଶଳା ଅମୂଲ୍ୟ ମହାନ୍ତି ନୀଳଗିରି ମେଡିକାଲରେ ଏକ ମାସ ଧରି ତାଙ୍କର ସେବାସୁଶ୍ରୁଷା କରି ଆସୁଛନ୍ତି । ନୀଳଗିରି ହସପିଟାଲରେ ଥିବା କଟିଆ ଆମ୍ବୁଲାନ୍‌ସ ଡ୍ରାଇଭର ବଡ଼ସାହି ଥାନା ଅଧିନସ୍ଥ ଚେଙ୍ଗୁଆ ଗ୍ରାମର ଗିରିଜା ଶଙ୍କର ଗୟା ୩ରୁ ୪ ଦିନକୁ ଥରେ କୌଣସି କାରଣ ନ ଥାଇ ଅମୂଲ୍ୟଙ୍କୁ ଧମକାଇ ଟଙ୍କା ମାଗି ଆସୁଥିଲା ।

ଅମୂଲ୍ୟ ମଧ୍ୟ ଗିରିଜାଙ୍କୁ ୫୦ରୁ ୧୦୦ ଟଙ୍କା ଭୟରେ ଦେଉଥିଲେ । ମାଗିଯାଚି ସେ ଭିଣୋଇଙ୍କର ଚିକିତ୍ସା କରିଆସୁଛନ୍ତି । ଶୁକ୍ରବାର ଭିଣୋଇଙ୍କ ପାଖରେ ଅମୂଲ୍ୟ ବସିଥିବାବେଳେ ଦିନ ପ୍ରାୟ ୧ଟାରେ ୱାର୍ଡ ଭିତରକୁ ପ୍ରବେଶ କରି ଗିରିଜା ତାଙ୍କୁ ଖାଇବା ପାଇଁ ଟଙ୍କା ମାଗିଥିଲା । ମୋ ପାଖରେ ଟଙ୍କା ନାହିଁ ବୋଲି ମନା କରିବାରୁ ଉତ୍‌କ୍ଷିପ୍ତ ହୋଇ ଗିରିଜା ବିଧା, ଗୋଇଠା, ଚାପୁଡ଼ା ମାରି ରୋଗୀମାନଙ୍କ ସମ୍ମୁଖରେ ଅମୂଲ୍ୟଙ୍କର ଗଞ୍ଜି ଚିରି ଦେଇଥିଲା । ୱାର୍ଡରେ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ପ୍ରତିବାଦ କରିବାରୁ ୱାର୍ଡ ଛାଡ଼ି ପଳାଇ ଯାଇଥିଲା । ଏ ନେଇ ଅମୂଲ୍ୟ ମୁଦାଲାଙ୍କ ନାମରେ ନୀଳଗିରି ଥାନାରେ ଅଭିଯୋଗ କରିଛି । ପୁଲିସ ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking