28.1 C
Bhubaneswar
Sunday, October 18, 2026
Homeଓଡିଶାଏବିଭିପି ପାଇଁ ସରକାର କଲେଜ ଓ ୟୁନିଭର୍ସିଟିରେ ଭୋଟ ଚୋରି କଲେ: ଛାତ୍ର କଂଗ୍ରେସ  

ଏବିଭିପି ପାଇଁ ସରକାର କଲେଜ ଓ ୟୁନିଭର୍ସିଟିରେ ଭୋଟ ଚୋରି କଲେ: ଛାତ୍ର କଂଗ୍ରେସ  

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିଭୂତି ଭୂଷଣ ମହାପାତ୍ର ପ୍ରଥମେ ଛାତ୍ର ସଂସଦ ନିର୍ବାଚନରେ ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ହୃଦୟରୁ ଶୁଭେଚ୍ଛୁ ଜଣାଇଲେ। ଛାତ୍ର କଂଗ୍ରେସର ୯ ବର୍ଷର ଲଢ଼େଇ ପରେ ଓଡ଼ିଶାରେ କଲେଜ ଓ ୟୁନିଭର୍ସିଟିରେ ଛାତ୍ର ସଂସଦ ନିର୍ବାଚନ ସମ୍ଭବ ହୋଇପାରିଲା। ସରକାରୀ ଦଳକୁ ସୁହାଇଲା ଭଳି ନିର୍ବାଚନ ପ୍ରକ୍ରିୟା ଉପସ୍ଥାପନ କରାଗଲା। ୫ ତାରିଖରେ ଘୋଷଣା କରାଯାଇ ୧୫ ତାରିଖରେ ନିର୍ବାଚନ କରାଗଲା। ଯେପରିକି ବିରୋଧିମାନେ ପ୍ରତିଦ୍ୱନ୍ଦିତା କରିବାପାଇଁ ପ୍ରସ୍ତୁତ ହେବାକୁ ସମୟ ପାଇବେ ନାହିଁ। ଏହା ଏକ ଅବୈଧ ନିର୍ବାଚନ କହିଲେ ଅତ୍ୟୁକ୍ତି ହେବନାହିଁ। ଭୋଟର କାହାକୁ ଭୋଟ ଦେଲା ବ୍ୟାଲେଟ ପେପପରେ ସଂପୂର୍ଣ୍ଣ ଜଣାପଡ଼ୁଛି। ଭୋଟିଂ ସ୍ଲିପରେ ଭୋଟରର ସାମସ ଆଇଡି ନମ୍ବର ବାଧ୍ୟତାମୂଳକ। ଏଣୁ ଭୋଟର କାହାକୁ ଭୋଟ ଦେଲା ତାହା ନିର୍ବାଚନ ଅଧିକାରୀ ଜାଣିପାରିବେ। ପ୍ରାର୍ଥୀମାନେ ମଧ୍ୟ ଜାଣିପାରିବେ। ସୁତରାଂ ସଂପୂର୍ଣ୍ଣଭାବେ ଏହି ନିର୍ବାଚନ ଅସିଦ୍ଧ ହେବା ଉଚିତ। ନିର୍ବାଚନ ଆଚରଣ ସହିଂତାର ଏହା ଖୋଲା ଉଲ୍ଲଙ୍ଘନ। ସରକାରୀ ଦଳର ବିଧାୟକ ଓ ମନ୍ତ୍ରୀମାନେ ଏହି ନିର୍ବାଚନକୁ ନିୟନ୍ତ୍ରଣ କଲେ। କଲେଜ କ୍ୟାମ୍ପସରେ ଗଣ୍ଡାରାଜ ଓ ଆତଙ୍କବାଦ ଚାଲିଲା। ଏବିଭିପିର ଖାତା ଖତିଆନ ନଥିବା କଲେଜ ବା ୟୁନିଭର୍ସିଟିରେ ସରକାରୀ କଳ, ବଳ ଓ କୌଶଳ ଲଗାଇ ନିର୍ବାଚନ ବନ୍ଦ କରିଦେଲେ। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର କଂଗ୍ରେସ ଶକ୍ତିଶାଳୀ ଥିବାରୁ ସେଠାରେ ନିର୍ବାଚନ ବନ୍ଦ କରିଦିଆଗଲା। ବେଦବ୍ୟାସ କଲେଜରେ ଛାତ୍ର କଂଗ୍ରେସର ପ୍ରାର୍ଥୀମାନେ ଅପ୍ରତିଦ୍ୱନ୍ଦି ଥିବାବେଳେ ନିର୍ବାଚନ ଦିନ ସେହି କଲେଜରେ ନିର୍ବାଚନକ ବାତିଲ କରିଦିଆଗଲା। ସାରା ଓଡ଼ିଶାର ବିଭିନ୍ନ କଲେଜରେ ନିର୍ବାଚନ ଦିନ ନିର୍ବାଚନକୁ ବାତିଲ କରାଗଲା।

ଏସଆଇଆର ତଥା କେତେକ ରାଜ୍ୟର ନିର୍ବାଚନରେ ଜ୍ଞାନେଶ କୁମାରଙ୍କ ଭୋଟ ଚୋରିକୁ ନେଇ ଦେଶରେ ଅସ୍ଥିରତା ଦେଖାଦେଇଥିବା ବେଳେ ଓଡ଼ିଶାରେ କଲେଜ ଓ ୟୁନିଭର୍ସିଟିରେ ଭୋଟ ଚୋରି ଓଡ଼ିଶାର ଛାତ୍ରସମାଜକୁ ବ୍ୟଥିତ କରିଛି। ସବୁ ପ୍ରତିକୂଳ ପରିସ୍ଥିତି ସତ୍ୱେ ଦଳର ନେତୃତ୍ୱ ଓ ଶୁଭେଛୁ ଛାତ୍ର କଂଗ୍ରେସକୁ ନିର୍ବାଚନରେ ସାହାଯ୍ୟ ଓ ସହଯୋଗ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ୩୦ ରୁ ଉର୍ଦ୍ଧ୍ୱ କଲେଜ ଓ ୟୁନିଭର୍ସିଟିରେ ଛାତ୍ର କଂଗ୍ରେସର ବିଜୟବାନା ଉଡ଼ୁଛି। ବାଣୀବିହାରରେ ଛାତ୍ର କଂଗ୍ରେସ ଏବଂ ଏଆଇଏସଏଫର ଉପସଭାପତି ପ୍ରାର୍ଥୀ ଏବଂ ଛାତ୍ର କଂଗ୍ରେସର ଆସିଷ୍ଟାଌକ୍ଷଗ୍ଧ; ଜେନେରୋଲ ସେକ୍ରେଟାରୀ ପ୍ରାର୍ଥୀ ଜୟଯୁକ୍ତ ହୋଇଛନ୍ତି।  ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ, ପୁରୀ ଏସସିଏସ କଲେଜ, ନୂଆପଡ଼ା କଲେଜର ଫଳଫଳ ଉତ୍ସାହଜନକ ହୋଇଥିବା ବେଳେ ଚିତ୍ରୋଡ଼ା କଲେଜ ଯାହାକି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିଜ ନିର୍ବାଚନ ମଣ୍ଡଳୀ ସେଠାରେ ଛାତ୍ର କଂଗ୍ରେସ କ୍ଲିଂନ ସୁଇପ କରିଛି। କଌକ୍ଷଗ୍ଧ;ାବାଞ୍ଜି, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କର ନିର୍ବାଚନ ମଣ୍ଡଳୀ ଲୁଇସିଂଗାରେ ମଧ୍ୟ ଛାତ୍ର କଂଗ୍ରେସ କ୍ଲିଂନ ସୁଇପ କରିଛି। ଗୋରୁ ମହିଷିଆଣି କଲେଜ, ବାଲିକୁଦା କଲେଜ, ଏମଏସଲ ୟୁନିଭର୍ସିଟିରେ ମଧ୍ୟ ଛାତ୍ର କଂଗ୍ରେସର ଫଳାଫଳ ଉତ୍ସାହଜନକ। କାଲିମେଳା, ବାଲିମେଳା ଠାରୁ ବିକ୍ରମଦେବ କଲେଜ ପର୍ଯ୍ୟନ୍ତ ସବୁଠାରେ   ଛାତ୍ର କଂଗ୍ରେସର ବିଜୟବାନା ଉଡ଼ୁଛି। ଏତେ କମ ସମୟ ମଧ୍ୟରେ ୮୦ ରୁ ଉର୍ଦ୍ଧ୍ୱ କଲେଜରେ ଆମେ ଦ୍ୱିତୀୟସ୍ଥାନରେ ଅଛୁ। ଯେଉଁମାନେ ବୋମାମାଡ଼ କରି, ଗୁଳି ଚଳାଇ ନିର୍ବାଚନ ଜିତିବାକୁ ବା ନିର୍ବାଚନ ବନ୍ଦ କରିବାକୁ ଅପଚେଷ୍ଟା କରିଛନ୍ତି ସେମାନଙ୍କର ଘୃଣ୍ୟ କାର୍ଯ୍ୟକୁ ଛାତ୍ର କଂଗ୍ରେସ ଦୃଢ଼ ନିନ୍ଦାକରୁଛି। ନିର୍ବାଚନୀ ଅନିୟମିତତାର ଜବାବ ଆଗାମୀ ଦିନରେ ଜେନଜି ଦେବେ ବୋଲି ଶ୍ରୀ ମହାପାତ୍ର ଦୃଢ଼ୋକ୍ତି କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ମନୋଜ ବିଶ୍ୱାଳ କହିଲେ ଯେ ଭୋଟ ଚୋରି କରି ଶାସକ ଦଳ ବହୁ ସ୍ଥାନରେ ନିର୍ବାଚନ ଜିତିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ଅକ୍ତିଆର କରିବାକୁ ମୋହନ ସରକାର ବାଣୀବିହାରରେ ଓହ୍ଲାଇ ପଡ଼ିଥିଲା। ସେଠି ଛାତ୍ର କଂଗ୍ରେସର ଲଢ଼େଇକୁ ରାଜ୍ୟବାସୀ ଦେଖିଲେ। କ୍ୟାମ୍ପସରେ ପୋଲିସ ଏବଂ ବିଜେପିର ଗୁଣ୍ଡା ଏକାଠି ହୋଇ ଛାତ୍ର କଂଗ୍ରେସକୁ ଭୟଭୀତ କଲେ। ଉତ୍କଳ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଏବିଭିପି ବିରୋଧରେ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ହିମାଂଶୁ ଲେଙ୍କା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking