ନୂଆଦିଲ୍ଲୀ: ଭାଜପା ମୁଖ୍ୟାଳୟରେ ଜେପି ନଡ୍ଡା କେନ୍ଦ୍ର ସରକାରଙ୍କ ୮ ବର୍ଷ ଶାସନ ପୂରଣ ହେବା ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ େଯୋଗ ଦେଇ ସମ୍ବୋଧିତ କରିଥିଲେ । ଏହି ଉତ୍ସବ ରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ , କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ଏହି ସମୟରେ ଭାଜପା ଅଧକ୍ଷ ନୂଆ ଭାରତ ର ଶିଳ୍ପକାର, ମୋଦୀ ସରକାର –ଏହି ଥୀମ ର ଗୀତ ଲୋକାର୍ପଣ କରିଥିଲେ । ଭାଜପା ଅଧକ୍ଷ କହିଛନ୍ତି କି , ଆଜାଦୀର ଅମୃତ ମହୋତ୍ସବ ରେ ଆଜି ଦେଶ ୮ ବର୍ଷ ର ସେବା ସୁଶାସନ ପାଳନ କରୁଛି । ସେବା, ସୁଶାସନ, ଗରିବ କଲ୍ୟାଣ ଏହା ହେଉଛି ମୋଦୀ ସରକାରଙ୍କ କାମ କରିବାର ତରିକା । କେନ୍ଦ୍ର ସରକାରଙ୍କ ୮ ବର୍ଷ ର ଶାସନ କାଳ ରେ ଅନେକ କିଛି ପରିବର୍ତ୍ତନ ହୋଇଥିବା କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନମୋ ଆପ ମାଇକ୍ରୋସାଇଟ ଲଂଚ କରିଛନ୍ତି । ମାଇକ୍ରୋ ସାଇଟ ମାଧ୍ୟମରେ ୮ ବର୍ଷ ରେ ମୋଦୀ ସରକାର ଙ୍କ ବିକାଶ ଶୀଳ କାର୍ଯ୍ୟ ଗୁଡିକ ସ୍ଥାନ ପାଇଛି । ନଡ୍ଡା କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରାଜନୀତିରର ସଂସ୍କୃତି ବଦଳାଇଛନ୍ତି । ସରକାରଙ୍କ କାମ କରିବାର ଶୈଳୀ ପାଇଁ ଏହା ଆଜି ବଦଳିଛି । ଆଗରୁ ଯୋଜନା କେବଳ କାଗଜରେ ସୀମିତ ରହୁଥିଲା । କିନ୍ତୁ ଏବେ କୈାଣସି ଏକ ଯୋଜନା ଆରମ୍ଭ ହେଲେ ତାହା ର ଶେଷ ଯାଏଁ ମନିଟରିଂ କରାଯାଉଛି । ଶିକ୍ଷା କୃଷି ସହ ବିଭିନ୍ନ କ୍ଷେତ୍ର ଉପରେ ନଜର ରଖି ଭାଜପାର ଅଧକ୍ଷ କହିଛନ୍ତି କି ପୂର୍ବ ସରକାର ରେ ଶିକ୍ଷା ବିଭାଗ ୬.୩୭ ଲକ୍ଷ ପ୍ରାଥମିକ ବିଦ୍ୟାଳୟ ତିଆରି କରାଯାଇଥିଲା । କିନ୍ତୁ ମୋଦୀ ସରକାରଙ୍କ ସମୟରେ ଏହା ୬.୫୩ ଲକ୍ଷ ପ୍ରାଥମିକ ବିଦ୍ୟାଳୟ ତିଆରି ହୋଇଛି । ଜନକଲ୍ୟାଣ ସହ ନରେନ୍ଦ୍ର ମୋଦୀଙ୍କ ସରକାର ରେ ସଂସ୍କୃତି ର ମଧ୍ୟ ରକ୍ଷା କରାଯାଇଛି । ଭବ୍ୟ ମନ୍ଦିରର ନିର୍ମାଣ , ଦିବ୍ୟକାଶୀ ମହାଭାରତ ସର୍କିଟ , ରାମାୟଣ ସର୍କିଟ , କେଦାରନାଥ ର ପୁନଃ ଉଦ୍ଧାର , ଷ୍ଟାଚ୍ୟୁ ଅଫ ୟୁନିଟି ର ସ୍ଥାପନ କରାଯାଇଛି । ପରିବର୍ତ୍ତନଶୀଳ ଭାରତ ର ମାନସିକତା ସହ ୮ ବର୍ଷ ନିସ୍ୱାର୍ଥ ସେବା , ସୁଶାସନ, ଜନକଲ୍ୟାଣ କୁ ଧ୍ୟାନ ରେ ରଖି ଏପରି କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି ।