33.1 C
Bhubaneswar
Monday, May 20, 2024
Homeଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନସରକାର ନିଜ ପ୍ରଶଂସା ପାଇଁ ରାଜ୍ୟପାଳଙ୍କ ସହାୟତା ନେଇଛନ୍ତି: ନରସିଂହ ମିଶ୍ର

ସରକାର ନିଜ ପ୍ରଶଂସା ପାଇଁ ରାଜ୍ୟପାଳଙ୍କ ସହାୟତା ନେଇଛନ୍ତି: ନରସିଂହ ମିଶ୍ର

ଭୁବନେଶ୍ୱର:ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟପାଳଙ୍କ ଭାଷଣକୁ ନେଇ ପ୍ରତିବାଦ ଜଣାଇଛନ୍ତି ।  ସେ କହିଛନ୍ତି ଯେ ରାଜ୍ୟ ସରକାର ନିଜ ପ୍ରଶଂସା ପାଇଁ ରାଜ୍ୟପାଳଙ୍କ ସହାୟତା ନେଇଛନ୍ତି । ରାଜା ମହାରାଜା ଅମଳ ଭଳି ପ୍ରଶଂସା କାର୍ଯ୍ୟକ୍ରମ କରାଯାଇଛି । ଏହାକୁ ଆମେ ବିରୋଧ କରି କକ୍ଷତ୍ୟାଗ କରିଛୁ ବୋଲି ନରସିଂହ ମିଶ୍ର କହିଛନ୍ତି ।

ପ୍ରକାଶ ଯେ ସୋମବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହୋଇଛି ।  ବିଧାନସଭା ଭିତରେ ପ୍ରବେଶ ପୂର୍ବରୁ ପ୍ରଥମେ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅର୍ଫ ଅନର ଦିଆଯାଇଥିଲା । ପରେ ରାଜ୍ୟପାଳ ବିଧାନସଭା ଭିତରେ  ଦିବଂଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ସହିଦ ଯବାନମାନଙ୍କୁ ମଧ୍ୟ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ରାଜ୍ୟପାଳ ନିଜର ଅଭିଭାଷଣ ଆରମ୍ଭ କରି ରାଜ୍ୟସରକାରଙ୍କ ଉପଲବ୍ଧି ତଥା ସଫଳତା ବିଷୟରେ କହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking