ମୁନିଗୁଡା: ଖୋଲା ମେଲାରେ ଛୁଆଙ୍କ ଛତୁଆ ପଡ଼ିଥିବା ବେଳେ ପିଲାଙ୍କ ଛତୁଆକୁ ଛେଳି ଖାଇବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ହେଉଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଜଗଡଲପୁର ପଞ୍ଚାୟତ ଠୁଆପାଡ଼ି ଗ୍ରାମର। ଛେଳି ଖାଉଥିବା ଖାଦ୍ୟକୁ କିଭଳି ଭାବେ ପିଲାମାନଙ୍କୁ ବଣ୍ଟନ କରାଯିବ ତାହା ଏବେ।ଚିନ୍ତାର ବିଷୟ ପାଲଟିଛି। ସାରା ରାଜ୍ୟରେ ଆଙ୍ଗନବାଡ଼ି କର୍ମୀ ମାନେ ୮ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଥିବା ବେଳେ ମୁନିଗୁଡ଼ା ବ୍ଲକରେ ଥିବା ଅଙ୍ଗନ ବାଡ଼ି କର୍ମୀ ମାନେ ୨୮ ଦିନ ହେଲା ମୁନିଗୁଡ଼ା ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି। ଯାହାକୁ ନେଇ ମୁନିଗୁଡ଼ା ଅଞ୍ଚଳରେ ଥିବା ୧୮୭ଟି କେନ୍ଦ୍ରରେ ତାଲା ପଡିଥିବା ବେଳେ ୧୫୦୦୦ ଶିଶୁ ମାନସିକ, ଶାରୀରିକ ପୋଷଣ ରୁ ବାଦ ପଡ଼ି ନିଜ ଭବିଷ୍ୟତ ଖୋଜୁଛନ୍ତି।ସରକାର ଆଙ୍ଗନ୍ ବାଡ଼ି କର୍ମୀ ମାନଙ୍କ ଦାବି ପୂରଣ କରିବା ପରିବର୍ତ୍ତେ ପିଲାଙ୍କ ନିକଟରେ ଛତୁଆ ବଣ୍ଟନ କରିବା ପାଇଁ ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି। ଗତ ଦିନରେ ଆଙ୍ଗନବାଡ଼ି ସୁପର ଭାଇଯାରଙ୍କ ଦ୍ଵାରା ଛତୁଆ ବଣ୍ଟନ କରୁଥିବା ବେଳେ ଆଙ୍ଗନ୍ ବାଡ଼ି କର୍ମୀ ମାନେ ସେମାନଙ୍କୁ ବିରୋଧ କରିବା ସହ ବିଭିନ୍ନ ସମୟରେ ଛତୁଆ ବଣ୍ଟନ ଗାଡ଼ିକୁ ଅଟକାଇଥିଲେ, ଏହାକୁ ନେଇ ଛତୁଆ ବଣ୍ଟନ ରେ ବାଧାପ୍ରାପ୍ତ ହୋଇଥିଲା, କିନ୍ତୁ ଏବେ ଏକ ନୂଆ ପନ୍ଥା ଅବଲମ୍ବନ କରିଛନ୍ତି ସରକାର, ବର୍ତମାନ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ନିକଟରେ ଛତୁଆ ପହଞ୍ଚାଇଥିବା ବେଳେ ତାହା ଖୋଲା ମେଲା ରେ ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳିଛି, ଯାହାକୁ ଛେଳି ମାନେ ଖାଉଥିବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ତେବେ ସରକାରଙ୍କ ଏଭଳି ନୀତିକୁ ନାପସନ୍ଦ କରିଛନ୍ତି ଅଞ୍ଚଳ ବାସୀ। ତେବେ ଭିଡିଓଟି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଜଗଦଲପୁର ପଞ୍ଚାୟତ ଥୁଆପାଡି ଗ୍ରାମର ହୋଇଥିବା ବେଳେ ରାଧାକାନ୍ତ ଛତୁଆ ଗ୍ରୁପ ଏହାକୁ ଦେଇଥିବା ଜଣେ ବ୍ୟକ୍ତି ଜଣାଇବା ସହ ଏହି ଭିଡିଓଟି ପଠାଇଛନ୍ତି, ଏବଂ ନିଜର ନାମ ଗୋପନ ରଖିବାକୁ ଅନୁରୋଧ କରିଛନ୍ତି। ଘଟଣାକୁ ନେଇ ଅଞ୍ଚଳ ବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ସରକାର ଯଥାଶୀଘ୍ର ଆଙ୍ଗନ୍ ବାଡ଼ି କର୍ମୀ ମାନଙ୍କ ଦାବି ଗୁଡ଼ିକ ମାନି ନେବାକୁ ଦାବି କରିଛନ୍ତି।