ଭୁବନେଶ୍ୱର : ରକ୍ଷଣଶୀଳ ମାରୱାଡି ପରିବାରର ଝିଅ । ଲକ୍ଷ୍ୟ ଥିଲା ସାମ୍ବାଦିକତା । ହେଲେ ସୁଯୋଗ ମିଳିଲା, ପ୍ରଥମେ ଆଙ୍କରିଂ, ତା ପରେ ମଡେଲିଂ କ୍ଷେତ୍ରରେ ବି ପାଦ ରଖିଲେ । ଏବେ ସେ ଜଣେ ସୁପରିଚିତ ଉଦ୍ଘୋଷିକା, ଓ ମଡେଲ୍ ।ସେ ହେଉଛନ୍ତି ବ୍ରହ୍ମପୁର ଆସିକା ରୋଡ୍ ସୋମନାଥ ନଗରର ଶିବାନୀ ମୁନ୍ଦ୍ରା । ପରିବାରର ରକ୍ଷଣଶୀଳତା ବନାମ ଗ୍ଲାମର୍ ଦୁନିଆର ଆକର୍ଷଣ ମଧ୍ୟରେ ସମନ୍ୱୟ ରଖି ଶିବାନୀ ବ୍ରାଣ୍ଡ୍ ଫଟୋ ସୁଟ୍ କରି ଆସୁଛନ୍ତି । ପୂର୍ବରୁ ଲୋକାଲ୍ ଟିଭି ଚ୍ୟାନେଲ୍ରେ ଆକରିଂ କରୁଥିଲେ । ୨୦୧୮ରେ ଅଶୋକ ନଗର ଗଣେଶ ପୂଜା ଥିଲା ତାଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ୍ ।
୨୦୧୮-୧୯ ମହାନଗର ମହୋତ୍ସବ ଥିଲା ତାଙ୍କର ବଡ ଷ୍ଟେଜ୍ ସୋ’ । ପୁଣି ଭୁବନେଶ୍ୱରରେ ତୃତୀୟ ଲିଙ୍ଗୀଙ୍କ ପାଇଁ ମହିଳା ଦିବସରେ ଏକ କାର୍ଯ୍ୟକ୍ରମ ତାଙ୍କର ସ୍ମରଣୀୟ ଥିଲା । କିଛି ଗୋଟାଏ ନିଆରା କରିବାକୁ ସୁଯୋଗ ମିଳିଥିଲା । ଏହାରି ମଧ୍ୟରେ ଅନେକ ସେଲିବ୍ରିଟିଙ୍କ ସହ ମିଶି ନିଜ ଦକ୍ଷତା ବିକଶିତ କରିଛନ୍ତି ଶିବାନୀ ।